fbpx

ଆଜି ୨ଟାରେ ପ୍ରକାଶ ପାଇବ CBSE ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: ଅନେକ ଦିନର ଅପେକ୍ଷା ପରେ ଆଜି ଦିନ ୨ଟାରେ ପ୍ରକାଶ ପାଇବାକୁ ଯାଉଛି CBSE ଦ୍ୱାଦଶ ରେଜଲ୍ଟ । ଅପରାହ୍ନରେ ରେଜଲ୍ଟ ପ୍ରକାଶ ପାଇବା ନେଇ ANI ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି । http://cbseresults.nic.inୱେବସାଇଟରେ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ । CBSEର ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପଞ୍ଜୀକରଣ କରାଇଥିଲେ । କରୋନା ମହାମାରୀ ଯୋଗୁଁ CBSE ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯାଇଥିଲା, ଯାହାର ରେଜଲ୍ଟ ଆଜି ପ୍ରକାଶ ପାଇବ ।

ତେବେ CBSE ବୋର୍ଡର ଦ୍ୱାଦଶ ମାର୍କସିଟ୍ ପ୍ରସ୍ତୁତ କରିବାକୁ ନେଇ ଗଠିତ ୧୩ ଜଣିଆ କମିଟି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲା । ସୁପ୍ରିମକୋର୍ଟରେ ମୂଲ୍ୟାୟନର ରୂପରେଖ ଉପସ୍ଥାପନ କରିଥିଲା ସିବିଏସଇ । ୩୦:୩୦:୪୦ ଅନୁପାତରେ ମାର୍କ ଦିଆଯିବ ବୋଲି ଜଣାଇଥିଲା ସିିବିଏସଇ । ସିବିଏସଇ ମୁତାବକ, ଦଶମ, ଏକାଦଶ ଓ ଦ୍ୱାଦଶର ପ୍ରି ବୋର୍ଡର ଫଳାଫଳ ଦ୍ୱାଦଶ ଫାଇନାଲ ରେଜଲ୍ଟର ଆଧାର ହେବ । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣିଂ ଜେନେରାଲ କହିଥିଲେ ଯେ, ଜୁଲାଇ ୩୧ ତାରିଖରେ ସିବିଏସଇର ରେଜଲ୍ଟ ପ୍ରକାଶ ପାଇବ ।

ସିବିଏସଇ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ବିକଳ୍ପ ମୂଲ୍ୟାୟନ ପଦ୍ଧତି ପ୍ରସଙ୍ଗରେ ଦାଖଲ ହୋଇଥିବା ରିପୋର୍ଟ ମୁତାବକ, ଦଶମରୁ ୩୦%, ଏକାଦଶ ପ୍ରଦର୍ଶନରୁ ୩୦% ନମ୍ବର ଦିଆଯିବ । ଦଶମ ଓ ଏକାଦଶର ୩ଟି ଲେଖାଏଁ ବିଷୟର ସର୍ବାଧିକ ନମ୍ବର ବିଚାର ହେବ । ଦ୍ୱାଦଶ ଶ୍ରେଣୀ ୟୁନିଟ୍, ଟର୍ମ ଓ ପ୍ରାକ୍ଟିକାଲରୁ ୪୦% ନମ୍ବର ଦିଆଯିବ ।

Get real time updates directly on you device, subscribe now.