fbpx

ଜୁଲାଇ ୧ରୁ CBSE ପରୀକ୍ଷା, ଜାରି ହେଲା ତାରିଖ ଲିଷ୍ଟ

ନୂଆଦିଲ୍ଲୀ,୧୮ ।୫: ଜୁଲାଇ ୧ରୁ ସିବିଏସଇ ବୋର୍ଡର ଅବଶିଷ୍ଟ ଦଶମ ପରୀକ୍ଷା ଆରମ୍ଭ ହେବ । ତୁଲାଇ ୧୫ ମଧ୍ୟରେ ବାକି ଥିବା ଦଶମ ପରୀକ୍ଷା ସରିବ । କରୋନା ଯୋଗୁଁ ପରୀକ୍ଷା ଅଧାରୁ ସ୍ଥଗିତ ହୋଇଥିଲା । ଦିନ ୧୦ଟା ୩୦ରୁ ମଧ୍ୟାହ୍ନ ୧ଟା ୩୦ ଯାଏ ପରୀକ୍ଷା ହେବ । ୧୦ଟା ୧୫ରେ ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର ଦିଆଯିବ । ପରୀକ୍ଷାର୍ଥୀମାନେ ମାସ୍କ ପିନ୍ଧି ଓ ସାନିଟାଇଜର ଧରି ଗୃହକୁ ଆସିବେ । ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ପରୀକ୍ଷା ତାରିଖ ସିଟ୍ ଜାରି କରିଛନ୍ତି ।

Get real time updates directly on you device, subscribe now.