fbpx

CBSE CTET 2024: ସିବିଏସଇ ଜାରି କଲା CTET ANSWERY KEY , ଅବଜେକ୍ସନ ଫିସ ଉଡାଇବ ଆପଣଙ୍କ ହୋସ…..

ଓଡିଶା ଭାସ୍କର: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡେରୀ ଏଜୁକେଶନ ( ସିବିଏସଇ ) ସିଟିଇଟି (ctet) ପରୀକ୍ଷା ୨୦୨୪ ପ୍ରୋଭିଜନାଲ ଆନସର- କି (provisional answer key) ଜାରି କରିଛି । ଆଶାୟୀ ଯେଉଁମାନେ ଏହି ବର୍ଷ ସିଟିଇଟି ସିବିଏସଇ – ଜୁଲାଇରେ ପରୀକ୍ଷା ଦେଇଛନ୍ତି ସେମାନେ ଅଫିସିଆଲ ୱେବସାଇଟକୁ ଯାଇ ଏହା ଡାଉନଲୋଡ କରିପାରିବେ । ଏହା କରିବା ପାଇଁ ଜଣେ ସିବିଏସଇର ୱେବସାଇଟ ctet.nic.in କୁ ଯାଇପାରିବ । ପ୍ରୋଭିଜନାଲ ଆନସର- କି (provisional answer key) କୁ ନେଇ ଆଶାୟୀ ଆପତ୍ତି ମଧ୍ୟ କରି ପାରନ୍ତି ।

ଉତ୍ତର- କି (answer key) ଡାଉନଲୋଡ କରିବା ପାଇଁ ଜଣକୁ ରୋଲ ନମ୍ବର ସାଙ୍ଗକୁ ଜନ୍ମ ତାରିଖର ଆବଶ୍ୟକତା ରହିଛି । ତେବେ ଯାଇଁ ଜଣେ ପରୀକ୍ଷାର୍ଥୀ ଏହାକୁ ଡାଉନଲୋଡ କରି ଦେଖିପାରିବ । କହିରଖୁ, ଏହି ପରୀକ୍ଷାର ଆୟୋଜନ ୭ ଜୁଲାଇରେ ପ୍ରାୟ ୧୩୬ ଟି ସହରରେ ଅନୁଷ୍ଠିତ ହୋଇଥିଲା । ପରୀକ୍ଷା ପରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଆନସର-କି (answer key)କୁ ଅପେକ୍ଷା କରି ରହିଥିଲେ । ଯାହାର ଏବେ ଅନ୍ତ ଘଟିଛି ।

କହିରଖୁ, ଜଣକୁ ଯଦି କୌଣସି ପ୍ରଶ୍ନକୁ ନେଇ ଆପତ୍ତି କରିବାର ଅଛି; ତେବେ ତାହାକୁ ହଜାରେ ଟଙ୍କାର ଶୁଳ୍କ ଦେବାକୁ ପଡିବ । ମାନେ ଯେତୋଟି ପ୍ରଶ୍ନକୁ ନେଇ ଜଣେ ଆପତ୍ତି କରିବ, ସେତେ ହଜାର ଦେବାକୁ ପଡିବ ଛାତ୍ରଛାତ୍ରୀଙ୍କୁ । ଏହି ଫିସ ପରିକ୍ଷାର୍ଥୀଙ୍କୁ ପୁନଃ ଫେରସ୍ତ ବ୍ୟବସ୍ଥା ମଧ୍ୟ ନାହିଁ । ବିନା ଶୁଳ୍କରେ ଜଣେ ଆପତ୍ତି କରି ପାରିବ ନାହିଁ କୌଣସି ପ୍ରଶ୍ନକୁ ନେଇ । ପରବର୍ତ୍ତୀ ସମୟରେ ଫାଇନାଲ ଆନସର- କି (final answer key) ମଧ୍ୟ ଉପଲବ୍ଧ ହେବ ।

Get real time updates directly on you device, subscribe now.