fbpx

CBSE ପରୀକ୍ଷା ପ୍ୟାଟର୍ଣ୍ଣରେ ବଡ଼ ପରିବର୍ତ୍ତନ! ଖୁବଶୀଘ୍ର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୪-୨୫ ପାଇଁ ଜାରି ହେବ ସାମ୍ପୂଲ ପେପର

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପକ୍ଷରୁ ପରୀକ୍ଷା ପ୍ୟାଟର୍ଣ୍ଣରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ଖୁବଶୀଘ୍ର ଦଶମ ଓ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ୨୦୨୪-୨୫ ପାଇଁ ସାମ୍ପୂଲ ପେପର ଜାରି କରଯିବ । ବିଗତ ବର୍ଷମାନଙ୍କରେ ସିବିଏସଇ ଜୁଲାଇ ମାସ ସୁଦ୍ଧା ଛାତ୍ରଛାତ୍ରୀଙ୍କ ପାଇଁ ସାମ୍ପୂଲ ପେପର ଜାରି କରିଦେଉଥିଲା । ଚଳିତ ବର୍ଷ ଏହା ମଧ୍ୟରେ ଅଗଷ୍ଟ ମାସ ସମାପ୍ତ ହୋଇସାରିଥିବା ବେଳେ ଖୁବଶୀଘ୍ର ସାମ୍ପୂଲ ପେପର ଅପଲୋଡ୍ କରାଯିବ ବୋଲି ଜଣାପଡ଼ିଛି ।

ପୂର୍ବରୁ ସିବିଏସଇ ପକ୍ଷରୁ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାର ତାରିଖ ଘୋଷଣା ସରିଛି । ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସମ୍ପୂର୍ଣ୍ଣ ଡାଟାଶିଟ୍ ଜାରି କରାଯିବ । ଏହା ପୂର୍ବରୁ ସିବିଏସଇ ଆଗାମୀ ପରୀକ୍ଷା ପ୍ୟାଟର୍ଣ୍ଣରେ ପରିବର୍ତ୍ତନ କରିଛି । ଯେଉଁ ଛାତ୍ରଛାତ୍ରୀମାନେ ୨୦୨୪-୨୫ ଶିକ୍ଷାବର୍ଷରେ ଏକାଦଶ ବା ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଦେବେ ସେମାନଙ୍କୁ ନୂଆ ପରୀକ୍ଷା ପ୍ୟାଟର୍ଣ୍ଣ ଆଧାରରେ ନିଜର ପାଠପଢ଼ା ପ୍ରସ୍ତୁତି କରିବାକୁ ପଡ଼ିବ । ପରୀକ୍ଷାରେ ଆସିବାକୁ ଥିବା ଦୀର୍ଘ ଉତ୍ତର ଓ କ୍ଷୁଦ୍ର ଉତ୍ତର ପ୍ରଶ୍ନକୁ କମ୍ କରାଯିବ । ଫଳରେ ଛାତ୍ରଛାତ୍ରୀଙ୍କ ଉପରେ ଚାପ କମ୍ ରହିବ । ଏହା ବଦଳରେ ପେପରରେ କମ୍ପିଟେନ୍ସି ବେସଡ ପ୍ରଶ୍ନ ଅଧିକ ଆସିବ । ଅର୍ଥାତ ପେପରରେ ଏମସିକ୍ୟୁ ପ୍ରଶ୍ନରେ ଅଧିକ ଫୋକସ କରାଯିବ ।

କନସେପ୍ଟ ବେସଡ ପ୍ରଶ୍ନରେ ମଲ୍ଟିପଲ ଚଏସ ପ୍ରଶ୍ନ, କେସ-ବେଡସ ଓ ସୋର୍ସ-ବେସଡ ଇଣ୍ଟିଗ୍ରେଟିଡ ପ୍ରଶ୍ନ ସାମିଲ ରହିବ । ବର୍ତ୍ତମାନ ସୁଦ୍ଧା ଏକାଦଶ ଓ ଦ୍ୱାଦଶ ପରୀକ୍ଷାରେ ୪୦ ପ୍ରତିଶତ ପ୍ରଶ୍ନ କନସେପ୍ଟ ବେସଡ ଆସୁଥିଲା, ମାତ୍ର ନୂଆ ସେସନ ୨୦୨୪-୨୫ର ପରୀକ୍ଷାରେ କନସେପ୍ଟ ବେସଡ ପ୍ରଶ୍ନକୁ ବଢ଼ାଯାଇ ୫୦ ପ୍ରତିଶତ କରାଯାଇଛି । ପେପରରେ ୪୦ ପ୍ରତିଶତ ଦୀର୍ଘ ଉତ୍ତର ଓ ଶର୍ଟ ଉତ୍ତର ଯୁକ୍ତ ପ୍ରଶ୍ନ ଆସୁଥିବା ବେଳେ ଏବେ ତାହାକୁ ହ୍ରାସ କରାଯାଇ ୩୦ ପ୍ରତିଶତ କରାଯାଇଛି ।

Get real time updates directly on you device, subscribe now.