ନୂଆଦିଲ୍ଲୀ: ମେଟା ଉପରେ ସିସିଆଇ ୨୧୩.୧୪ କୋଟି ଟଙ୍କା ଜରିମାନା ଲଗାଇଛି । ଏହି କାର୍ଯ୍ୟାନୁଷ୍ଠାନ ୨୦୨୧ରେ ହ୍ୱାଟ୍ସଆପର ପ୍ରାଇଭେସି ପଲିସି ଅପଡେଟ ମେଟାର ଡୋମିନେଣ୍ଟ ମାର୍କେଟ ପୋଜିସନର ଅପବ୍ୟବହାର ପାଇଁ କରାଯାଇଛି । ସିସିଆଇ ହ୍ୱାଟ୍ସଆପକୁ ନିର୍ଦ୍ଦେଶ ଦେଇଛି ଯେ, ନିଜ ୟୁଜର୍ସଙ୍କ ସଂଗୃହୀତ ଡାଟାକୁ ଅନ୍ୟ ମେଟା କମ୍ପାନୀ କିମ୍ବା ସେମାନଙ୍କ ପ୍ରଡକ୍ଟ ସହ ବିଜ୍ଞାପନ ଉଦ୍ଦେଶ୍ୟରେ ସେୟାର ନ କରିବାକୁ । ଏହା ବ୍ୟତୀତ ହ୍ୱାଟ୍ସଆପକୁ ନିଜ ନୀତିରେ ଏହା ସ୍ପଷ୍ଟ ଭାବେ କାହିବାକୁ ହେବ ଯେ, କେଉଁ ଡାଟା, କେଉଁ ଉଦ୍ଦେଶ୍ୟରେ ଅନ୍ୟ ମେଟା କମ୍ପାନୀଗୁଡିକ ସହ ସେୟାର କରାଯିବ ।
ଜାନୁଆରୀ ୨୦୨୧ରେ ହ୍ୱାଟ୍ସଆପ ୟୁଜର୍ସଙ୍କୁ ନ୍ୟୁ ଟର୍ମ ଅଫ ସର୍ଭିସ ଏବଂ ପ୍ରାଇଭେସି ବିଷୟରେ ସୂଚୀତ କରିଥିଲା । ଏହି ଅପଡେଟରେ ମେଟା ସହ ଡାଟା ସେୟାର କରିବା ଅନିବାର୍ଯ୍ୟ କରାଯାଇଥିଲା, ଯେଉଁଥିରେ ୟୁଜର୍ସଙ୍କୁ “Take-it-or-Leave-it” ବେସ ରେ ଏହି ପଲିସିକୁ ଗ୍ରହଣ କରିବାକୁ ପଡିଥିଲା । ସିସିଆଇ ଏହି ୟୁଜର୍ସଙ୍କ ଅଟୋନୋମୀ ବିପକ୍ଷରେ କମ୍ପିଟିସନ ଆକ୍ଟର ଉଲ୍ଲଘଂନର ମାମଲା କୁହାଯାଉଛି । ଆୟୋଗ କହିବାନୁଯାୟୀ, ହ୍ୱାଟ୍ସଆପ ନିଜ ଡୋମିନେଣ୍ଟ ପୋଜିସନର ଅପବ୍ୟବହାର କରି କୋଟି କୋଟି ୟୁଜର୍ସଙ୍କ ଉପରେ ଭୁଲ ସର୍ତ୍ତ ଲଗାଯାଇଛି ।
ବର୍ତ୍ତମାନ ସିସିଆଇ ମେଟା ଏବଂ ହ୍ୱାଟ୍ସଆପକୁ କୌଣସି ପରିବର୍ତ୍ତନ ଲାଗୁ କରିବାର ନିର୍ଦ୍ଦେଶ ଦେଇଛି । ଯେଉଁଭଳି ହ୍ୱାଟ୍ସଆପକୁ ବର୍ତ୍ତମାନ ସ୍ପଷ୍ଟ ଭାବେ ୟୁଜର୍ସଙ୍କୁ ଏହା କହିବାକୁ ପଡିବ ଯେ, କେଉଁ ଡାଟା ଏବଂ କେଉଁ ଉଦ୍ଦେଶ୍ୟ ପାଇଁ ସେୟାର କରିବାର ପରମିଶନ ଦେବ ନାହିଁ । ୟୁଜର୍ସଙ୍କୁ ଏହି ଅପସନ ଦେବାକୁ ପଡିବ ଯେ, ନିଜ ଡାଟାକୁ ମେଟା କମ୍ପାନୀଗୁଡିକ ସହ ସେୟାର ଚାହୁଁଛନ୍ତି କି ନାହିଁ ।