fbpx

ମୁହାଁମୁହିଁ ଧକ୍କା ହେଲା ୨ ବସ୍, ପବନରେ ଉଡ଼ିଗଲା ଡ୍ରାଇଭର: ଦେଖନ୍ତୁ ଦୁର୍ଘଟଣାର ଛାତିଥରା CCTV ଫୁଟେଜ୍

ସଲେମ: ତାମିଲନାଡ଼ୁର ସଲେମ ଜିଲ୍ଲାରେ ୨ଟି ଘରୋଇ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩୦ ଜଣ ଲୋକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ୧୦ ମେ’ ତାରିଖ ସନ୍ଧ୍ୟାରେ ହୋଇଥିଲା । ୩୦ ଜଣ ଯାତ୍ରୀଙ୍କୁ ଇଦାପଦିରୁ ଯାତ୍ରା କରୁଥିବା ବସ୍ ସହ ଆଉ ଏକ ଘରୋଇ ବସ୍ ସାମ୍ନାରୁ ଧକ୍କା ହୋଇଥିଲା । ଅନ୍ୟ ବସଟି ୫୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଥିରୁଚେଙ୍ଗୋଡରୁ ଯାତ୍ରା ଆରମ୍ଭ କରିଥିଲା । ଏଡାପ୍ପାଡି-ଶଙ୍କରୀ ରାଜପଥରେ ଥିବା କୋଜିପାନାଇ ବସଷ୍ଟାଣ୍ଡ ନିକଟରେ ପହଞ୍ଚିବା ସମୟରେ ୨ଟି ବସ୍ ମଧ୍ୟରେ ଧକ୍କା ହୋଇଥିଲା ।

ତେବେ ଏହି ବସ୍ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣଙ୍କର ଛାତି ବି ଥରି ଉଠିବ । ଦୁର୍ଘଟଣାର ମାତ୍ର ଗୋଟିଏ ସେକେଣ୍ଡ ଭିତରେ ବସ୍ ଚାଳକ ନିଜ ସିଟରୁ ଦୂରକୁ ଛିଟିକି ପଟିଥିଲେ । ଏହା ସହ ବସର ଆଗପଛ ବି ପୁରା କ୍ଷତିଗ୍ରସ୍ତ ହୋଇଛି ।

ତାମିଲନାଡୁର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି କି, ଡ୍ରାଇଭର ଜଣକ ରାତିରେ ଦ୍ରୁତ ଗତିରେ ଗାଡି ଚଳାଉଥିଲେ । ଠିକ୍ ସେହି ସମୟରେ କେତେବେଳେ ତାଙ୍କ ସାମ୍ନାକୁ ଆଉ ଏକ ବସ୍ ଚାଲିଆସିଲା, ଯାହାପ୍ରତି ତାଙ୍କର ଟିକେ ବି ଧାରଣା ନଥିଲା । ଭୟଙ୍କର ଦୁର୍ଘଟଣା ପରେ ଡ୍ରାଇଭରଙ୍କ ଅବସ୍ଥା ଶୋଚନୀୟ ହୋଇଛି । ଦେଖନ୍ତୁ ଏହି ଭାଇରାଲ ଭିଡିଓ…

Get real time updates directly on you device, subscribe now.