fbpx

କୁନ୍ନୁରରେ ହେଲିକପ୍ଟର କ୍ରାସ ପରେ ମିଳିଛି ବ୍ଲାକ୍ ବକ୍ସ, ଜାଣନ୍ତୁ ଏହାର ରହସ୍ୟ

ନୂଆଦିଲ୍ଲୀ: ତାମିଲନାଡ଼ୁ କୁନ୍ନୁରରେ ବାୟୁସେନା ହେଲିକ୍ପଟର କ୍ରାସ୍ ଘଟଣାରେ ଗତକାଲି ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ବାୟୁସେନାର ଏମଆଇ ୧୭ ହେଲିକପ୍ଟରର ବ୍ଲାକ୍ ବକ୍ସ ଠାବ ହୋଇଛି । ବ୍ଲାକ ବକ୍ସ ମିଳିଛି, ହେଲେ ଏହାର ଅବସ୍ଥା ଭଲ ନାହିଁ । କିନ୍ତୁ ଆଶଙ୍କା କରାଯାଉଛି ଯେ, ଏହା ମିଳିବା ପରେ ଏଥିରେ ଥିବା ଡାଟା ରେକର୍ଡରୁ କେଉଁ ପରିସ୍ଥିତିରେ ଦୁର୍ଘଟଣା ହୋଇଛି ବୋଲି ଜଣାପଡିବ । ତେବେ ଆସନ୍ତୁ ଜାଣିବା ଏହି କମଳା ରଙ୍ଗର ବ୍ଲାକ ବକ୍ସ କ’ଣ ଓ କିପରି କାମ କରୁଛି?

ବ୍ଲାକ୍ ବକ୍ସ କ’ଣ?
ବିମାନ ସହିତ ହୋଇଥିବା ଦୁର୍ଘଟଣା ବିଷୟରେ ଜାଣିବା ପାଇଁ ବ୍ଲାକ୍ ବକ୍ସ ସବୁବେଳେ ବ୍ୟବହୃତ ହୋଇଥାଏ । ଏହା ବିମାନର ଉଡ଼ାଣ ସମୟରେ ସମସ୍ତ ଉଡ଼ାଣ ଗତିବିଧିକୁ ରେକର୍ଡ କରିଥାଏ । ଏହି କାରଣରୁ ଏହାକୁ ଫ୍ଲାଇଟ୍ ଡାଟା ରେକର୍ଡର୍ ବା ଏଫ୍ଡିଆର ବୋଲି କୁହାଯାଏ । ସୁରକ୍ଷିତ ରଖିବା ପାଇଁ ସବୁଠାରୁ ଶକ୍ତିଶାଳୀ ଧାତୁ ଟାଇଟେନିୟମରେ ଏହାର ତିଆରି ହୋଇଛି ।

ଟାଇଟେନିୟମରୁ ତିଆରି ଓ ଅନେକ ପରସ୍ତ ଥିବାରୁ ଏହା ସୁରକ୍ଷିତ । ବିମାନରେ ନିଆଁ ଲାଗିଲେ ବି ଏହା ନଷ୍ଟ ହେବାର ସମ୍ଭାବନା ନାହିଁ । କାରଣ ଏହା ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ୧୦୦୦୦ ଡିଗ୍ରୀ ସେଣ୍ଟିଗ୍ରେଡର ତାପମାତ୍ରା ବହନ କରିପାରିବ । ଏହା ପରେ ବି ପରବର୍ତ୍ତୀ ୨ ଘଣ୍ଟା ପାଇଁ ବାକ୍ସଟି ପ୍ରାୟ ୨୬୦ ଡିଗ୍ରୀ ତାପମାତ୍ରା ବହନ କରିପାରିବ । ଏହାର ଏକ ବିଶେଷତ୍ୱ ହେଉଛି କି, ଏହା ପ୍ରାୟ ଏକ ମାସ ପର୍ଯ୍ୟନ୍ତ ବିନା ବିଦ୍ୟୁତରେ କାମ କରିଥାଏ । ଅର୍ଥାତ୍ ଦୁର୍ଘଟଣାଗ୍ରସ୍ତ ବିମାନ ଖୋଜିବାରେ ସମୟ ଲାଗିଲେ ବକ୍ସରେ ଡାଟା ସୁରକ୍ଷିତ ରହିଥାଏ ।

Get real time updates directly on you device, subscribe now.