fbpx

ଦିଲ୍ଲୀ କୋର୍ଟରେ ବିସ୍ଫୋରଣ; ଲ୍ୟାପଟପ୍ ବ୍ୟାଗରୁ ମିଳିଲା IED, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ କୋର୍ଟରେ ଆଜି ସକାଳେ ବିସ୍ଫୋରଣ ହୋଇଛି । କୋର୍ଟ କାର୍ଯ୍ୟ ଚାଲିଥିବା ବେଳେ ଲ୍ୟାଟପ୍ ବ୍ୟାଗ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଶବ୍ଦ ଶୁଣି ହଇଚଇ ସୃଷ୍ଟି ହୋଇଥିଲା । ବିସ୍ଫୋରଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣକୁ ନେଇ ଦିଲ୍ଲୀ ଡିସିପି ପ୍ରଣୟ ତୟାଲ ସୂଚନା ଦେଇଛନ୍ତି । କେଉଁ କାରଣ ପାଇଁ ଏହି ବିସ୍ଫୋରଣ ଘଟିଥିଲା, ତାହା ବର୍ତ୍ତମା ସୁଦ୍ଧା ସ୍ପଷ୍ଟ ହୋଇନି । ବିସ୍ଫୋରଣ ପରେ କୋର୍ଟରେ ଚାଲିଥିବା ଶୁଣାଣି ବନ୍ଦ କରିଦିଆଯାଇଥିଲା ।

Rohini Court Blast

ଦିଲ୍ଲୀ ପୋଲିସଙ୍କ କହିବା ମୁତାବକ, ଏହା କମ୍ ତିବ୍ରତା ବମ୍ ବ୍ଲାଷ୍ଟ ଯାହାକି ଏକ ପ୍ରକାରର କ୍ରୁଡ ବୋମା । ପୋଲିସ ଘଟଣାସ୍ଥଳରୁ ଆଇଇଡି, ବିସ୍ଫୋରକ ଓ ଟିଫିନ୍ ଭଳି ଜିବିଷ ଜବତ କରିଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଘଟଣାର ଯାଞ୍ଚ କରୁଥିବା ବେଳେ ଏନଏସଜିଙ୍କୁ ବି ଘଟଣାସ୍ଥଳକୁ ଡକାଯାଇଛି ।

Rohini Court Blast

Rohini Court Blast

Rohini Court Blast

Get real time updates directly on you device, subscribe now.