fbpx

କ୍ୟାଟ୍ରିନା ଏବଂ ଭିିକିଙ୍କ ବାହାଘର ଦିନ ଏୟାରପୋର୍ଟରେ ପହଞ୍ଚିଲେ ସଲମାନ ଖାନ, ଜାଣନ୍ତୁ କ’ଣ ରହିଛି ପ୍ଲାନ୍

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଭିବି କୌଶଲ ଓ କ୍ୟାଟ୍ରିନା କୈଫ୍ ନିଜ ବାହାଘରକୁ ସୋସିଆଲ ମିଡିଆଠାରୁ ଦୂରରେ ରଖିଛନ୍ତି । ଆଜି ଦ୍ୱିପହରରେ ଦୁହିଁଙ୍କ ବାହାଘର ହେବାକୁ ଯାଉଛି । ବାହାଘର ପୂର୍ବରୁ କ୍ୟାଟ୍ରିନାଙ୍କ ମେହେନ୍ଦୀ ଫଟୋ ମଧ୍ୟ ଖୁବକ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ କ୍ୟାଟ୍ରିନା ଓ ଭିକିଙ୍କ ବାହାଘରରେ ବଲିଉଡ ଷ୍ଟାର ସଲମାନ ଖାନ ଆସିବେ କି ନାହିଁ, ସେନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି । କିନ୍ତୁ ଆଜି ବାହାଘର ଦିନରେ ସଲମାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଥିରେ ସେ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଛନ୍ତି ।

ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ, ସଲମାନ ନିଜର ଦବଙ୍ଗ ଟୁର ପାଇଁ ରିୟାଦ ଯାତ୍ରା କରିଛନ୍ତି । ଏହି ଶୋ ’ଡିସେମ୍ବର ୧୦ ରେ ରିୟାଦରେ ହେବ । ସଲମାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଯାତ୍ରା ବିଷୟରେ ପୂର୍ବରୁ ସୂଚନା ଦେଇସାରିଛନ୍ତି । ତେବେ ଦେଖନ୍ତୁ ଏହି ଭିଡିଓ…

 

View this post on Instagram

 

A post shared by BOLLYWOODSEA (@bollywoodsea)

ତେବେ ଦୁଇ ଦିନ ତଳେ ଅର୍ଥାତ୍ ଡିସେମ୍ବର ୭ ରୁ ରାଜସ୍ଥାନର ସୱାଇ ମାଧୋପୁରରେ କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲଙ୍କ ବିବାହ ରୀତିନୀତି ଚାଲିଛି । ଡିସେମ୍ବର ୭ ରେ ମେହେନ୍ଦୀ, ୮ ଡିସେମ୍ବରରେ ହଲଦୀ ଓ ଆଜି ଦୁହେଁ ବାହା ହୋଇ ସବୁଦିନ ପାଇଁ ଏକ ହେବାକୁ ଯାଉଛନ୍ତି । ଆଜି ଅପରାହ୍ନରେ ବିକି ଓ କ୍ୟାଟ୍ରିନାଙ୍କ ବାହାଘର ହେବ ।

Get real time updates directly on you device, subscribe now.