fbpx

ଘର ତିଆରି କରୁଥିବା ଲୋକଙ୍କ ପାଇଁ ଖରାପ ଖବର! ଲୁହା ରଡ ପରେ ମହଙ୍ଗା ହୋଇଗଲା ଏହି ଜିନିଷ

ନୂଆଦିଲ୍ଲୀ: ଯଦି ଆପଣ ଘର ନିର୍ମାଣ କରୁଛନ୍ତି ବା ନିକଟ ଭବିଷ୍ୟତରେ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ପଢ଼ିବା ପରେ ଆପଣଙ୍କୁ ଝଟକା ଲାଗିବ । ସମଗ୍ର ଦେଶରେ ଗତ କିଛି ଦିନ ହେବ ସିମେଣ୍ଟ ମୂଲ୍ୟ ବଢ଼ିବାରେ ଲାଗିଛି । ଅଗଷ୍ଟରୁ ନେଇ ନଭେମ୍ବର ଭିତରେ ସିମେଣ୍ଟ ମୂଲ୍ୟ ବସ୍ତା ପିଛା ୧୬ ଟଙ୍କା ବୃଦ୍ଧି ପାଇଛି । ଏମ.କେ ଗ୍ଲୋବାଲ ଫାଇନାନସିଆଲ ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ ଏହା କୁହାଯାଇଛି । କମ୍ପାନୀର ଏକ ରିପୋର୍ଟ ଅନୁଯାୟୀ, ନଭେମ୍ବର ମାସରେ ସିମେଣ୍ଟର ମୂଲ୍ୟ ବସ୍ତା ପିଛା ୬-୭ ଟଙ୍କା ବୃଦ୍ଧି ପାଇଛି ।

ଏମ.କେ ଗ୍ଲୋବାଲ ପକ୍ଷରୁ କୁହାଯାଇଛି ଯେ, ଦେଶର ପଶ୍ଚିମ ଏବଂ ମଧ୍ୟ ଭାଗରେ ଏହାର ମୂଲ୍ୟ ସ୍ଥିର ରହିଥିବାବେଳେ ଉତ୍ତର-ପୂର୍ବ ଏବଂ ଦକ୍ଷିଣ ଅଞ୍ଚଳରେ ସିମେଣ୍ଟ ହାରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଖବର ଅନୁଯାୟୀ, କମ୍ପାନୀଗୁଡିକ ଚଳିତ ମାସରେ ବସ୍ତା ପିଛା ସିମେଣ୍ଟ ମୂଲ୍ୟ ୧୦-୧୫ ଟଙ୍କା ମୂଲ୍ୟ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି । ଆସନ୍ତା କିଛି ଦିନ ମଧ୍ୟରେ ଦାମ୍ ବଢ଼ିବା ନେଇ ଖୁଲାସା ହୋଇଯିବ । ଏସିସି ଏବଂ ଅମ୍ବୁଜା ସିମେଣ୍ଟ ଆର୍ôଥକ ବର୍ଷର ପରିବର୍ତ୍ତନ ସହିତ ଏହି କମ୍ପାନୀଗୁଡିକର ସପ୍ଲାଏ ଡିସେମ୍ବରରେ ସୀମିତ ହେବାର ସମ୍ଭାବନା ରହିଛି ।

ତେବେ ଗତ ଏକ ବର୍ଷ ମଧ୍ୟରେ ନିର୍ମାଣ ସାମଗ୍ରୀର ମୂଲ୍ୟ ପୁଣି ରେକର୍ଡ ସ୍ତରରେ ପହଞ୍ଚିଛି । ଗତ ଏକ ବର୍ଷ ମଧ୍ୟରେ ଲୁହାରଡର ମୂଲ୍ୟରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି । ନଭେମ୍ବର ମାସରେ ସରକାର ଇସ୍ପାତ ଉପରେ ରପ୍ତାନି ଶୁଳ୍କ ରଦ୍ଦ କରିବା ପରେ ଲୁହା ରଡ ଟନ୍ ପିଛା ୪୦୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଇଥିଲା ।

Get real time updates directly on you device, subscribe now.