fbpx

ଡରାଉଛି କରୋନା! ଏପ୍ରିଲ ମାସ ପାଇଁ କେନ୍ଦ୍ରର ଗାଇଡଲାଇନ୍ ଜାରି, ଜାଣନ୍ତୁ କେଉଁଥିରେ ରହିଛି କଟକଣା?

ନୂଆଦିଲ୍ଲୀ,୨୩ ।୩: ଦେଶରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । ଏହାରି ମଧ୍ୟରେ ଏପ୍ରିଲ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ଟେଷ୍ଟ, ଟ୍ରାକ୍ ଓ ଟ୍ରିଟ୍ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଠି ଆରଟିପିସିଆର ଟେଷ୍ଟ ବେଶୀ ହେଉନି, ସେଠାରେ ଟେଷ୍ଟ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ପଜିଟିଭ୍ କେସକୁ ତୁରନ୍ତ ଟ୍ରାକ୍ କରି ଆଇସୋଲେଟ ପାଇଁ ନିଦ୍ଦେର୍ଶ ଦିଆଯାଇଛି । ଗାଇଡଲାଇନ୍ କଡାକଡି ପାଳନ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

କିନ୍ତୁ ରାଜ୍ୟ ଭିତର ଓ ବାହାର ରାଜ୍ୟକୁ ଯାଆସ କରିବା ଉପରେ କୌଣସି କଟକଣା ନାହିଁ । ଏସଓପି ମାନି ଶିକ୍ଷାନୁଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ, ମଲ୍ ଚାଲିପାରିବ । ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ନିୟମ ପାଳିବାକୁ ଗୁରୁତ୍ୱ ଦିଆଯାଇଛି । କଣ୍ଟେନମେଣ୍ଟ ଜୋନକୁ ସଠିକ୍ ଭାବେ ଚିହ୍ନଟ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.