fbpx
BSKY
BJD SHG SKY
BJD MC SKY

କରୋନରେ ପିତା-ମାତାଙ୍କ ମୃତ୍ୟୁ ହେଲେ ପିଲାଙ୍କ ଯତ୍ନ ନେବ କେନ୍ଦ୍ର

ନୂଆଦିଲ୍ଲୀ: କରୋନାରେ ବାପା-ମାଆଙ୍କୁ ହରାଉଥିବା ପିଲାଙ୍କୁ ମିଳିବ ସହାୟତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି ଯେ, ଯେଉଁ ପିଲାଙ୍କ ପିତା-ମାତା ବା ଅଭିଭାବକଙ୍କର କରୋନାଜନିତ ମୃତ୍ୟୁ ହୁଏ, ତାଙ୍କୁ ପିଏମ କେୟାର ଫଣ୍ଡରୁ ସହାୟତା ଦିଆଯିବ । ସେମାନଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ମାସିକ ଷ୍ଟାଇପେଣ୍ଡ ଦିଆଯିବ ଓ ସୋମନଙ୍କୁ ୨୩ ବର୍ଷ ହେବା ପରେ ୧୦ ଲକ୍ଷ ଟଙ୍କା ଦିଆଯିବ । ପିଲାଙ୍କୁ ମାଗଣା ଶିକ୍ଷା ଓ ସ୍ୱାସ୍ଥ୍ୟ ବୀମା ମିଳିବ । ପିଲାଙ୍କୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ୫ ଲକ୍ଷର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ ।

ମୋଦୀ କହିଛନ୍ତି ଯେ, ‘ଶିଶୁ ଦେଶର ଭବିଷ୍ୟତର ପ୍ରତିନିଧିତ୍ୱ କରୁଛନ୍ତି । ଶିଶୁଙ୍କ ସୁରକ୍ଷା ପାଇଁ ସରକାର ସବୁକିଛି କରିବେ । ଉଚ୍ଚଶିକ୍ଷା ପାଇଁ ଲୋନ ନେଲେ ଋଣ ଶୁଝିବ ପିଏମ କେୟାର ଫଣ୍ଡ ।’

Get real time updates directly on you device, subscribe now.