fbpx
BJD SKY
BJD SKY

କେନ୍ଦ୍ରୀୟ ବଜେଟ୍ ଓଦା ତାଳଫୋଟକା: ଦେଶବାସୀଙ୍କୁ ନିରାଶ କଲେ ସୀତାରମଣ

BJD

ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା ୨୦୨୨ବଜେଟକୁ ନେଇ କଂଗ୍ରେସ କଟାକ୍ଷ କରିଛି । କଂଗ୍ରେସ ପକ୍ଷରୁ ଶଶି ଥରୁର୍ କହିଛନ୍ତି ଯେ, ବଜେଟ୍ ଏକ ଓଦା ତାଳଫୋଟକା । ଏଥିରେ ଦେଶର ସାଧାରଣ ଜନତା, ଖଟିଖିଆଙ୍କ ପାଇଁ କିଛି ନାହିଁ । ଦେଶରେ ଦରଦାମ ହୁ ହୁ ହୋଇ ବଢୁଥିବାବେଳେ ବଜେଟ୍ ସମସ୍ତଙ୍କୁ ନିରାଶ କରିଛି । ଦେଶର ସୀମାରେ ଉତ୍ତେଜନା ଲାଗି ରହିଥିବାବେଳେ ବଜେଟରେ ପ୍ରତିରକ୍ଷା କ୍ଷେତ୍ରକୁ କେତେ ଆବଣ୍ଟନ କରାଯାଇଛି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇ ନାହିଁ ।

ଶସ୍ତା ହୋଇଥିବା ସାମଗ୍ରୀ:
ଚମଡ଼ା ସାମଗ୍ରୀ
କୃଷି ଉପକରଣ
ମୋବାଇଲ ଚାର୍ଜର
କପଡ଼ା
ବିଦ୍ୟୁତ ଟ୍ରାନ୍ସଫର୍ମର
ହୀରା ଗହଣା
ରତ୍ନ ପଥର
ଷ୍ଟିଲ୍
ଇମିଟେସନ ଗହଣା
ଇଲେକ୍ଟ୍ରୋନିକ୍ସ ସାମଗ୍ରୀ
ବିଦେଶରୁ ଆମଦାନୀ ମେସିନ୍
ମେଡିକାଲ ଉପକରଣ
ଔଷଧ
କେମିକାଲ

ମହଙ୍ଗା ହୋଇଥିବା ସାମଗ୍ରୀ:
ଛତା
ଇମ୍ପୋର୍ଟେଡ ସାମଗ୍ରୀ
ଏଲଇଡି ଲାଇଟ୍
ତୁଳା
ଖାଇବା ତେଲ

Get real time updates directly on you device, subscribe now.