fbpx

ଅନଲାଇନ୍ ବେଟିଂ ଓ ବିଜ୍ଞାପନକୁ ନେଇ କେନ୍ଦ୍ର ସରକାର ଜାରି କଲେ ଆଡଭାଇଜରୀ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ: ଅନଲାଇନ ବେଟିଂ ପ୍ଲାଟଫର୍ମକୁ ନେଇ କେନ୍ଦ୍ର ସରକାର ଆଜି ଏକ ମେଡ଼ିଆ ଆଡଭାଇଜରୀ ଜାରି କରିଛନ୍ତି । ଅନଲାଇନ ବେଟିଂକୁ ପ୍ରୋତ୍ସାହିତ କରୁଥିବା ବିଜ୍ଞାପନକୁ ହଟାଇବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଅନଲାଇନ ବେଟିଂ ୱେବସାଇଟ / ପ୍ଲାଟଫର୍ମରେ ଅନେକ ବିଜ୍ଞାପନ ଦିଆଯାଇଥାଏ । ଏହା ବିଭିନ୍ନ ଛାପା, ବୈଦ୍ୟୁତିକ, ସୋସିଆଲ ଓ ଅନଲାଇନ ମେଡ଼ିଆରେ ପ୍ରଦର୍ଶିତ ହୋଇଥାଏ ।

ସାଧାରଣ ଭାବେ ବେଟିଂ, ଜୁଆକୁ ଦେଶର ବିଭିନ୍ନ ସ୍ଥାନରେ ଅବୈଧ କରାଯାଇଛି । ଏହି ଅବୈଧ କାର୍ଯ୍ୟଗୁଡ଼ିକ ସାଧାରଣ ଭାବେ ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ବିଶେଷ କରି ଯୁବବର୍ଗ, ଛୋଟପିଲାଙ୍କୁ ଏହା କୁପଥକୁ ଟାଣିନେଇଥାଏ । ଅନଲାଇନ ବେଟିଂ ବିଜ୍ଞାପନକୁ ପ୍ରୋତ୍ସାହିତ କରିବା ଦ୍ୱାରା ଅନେକ ନିଷେଧ କାର୍ଯ୍ୟକଳାପ ପ୍ରଭାବିତ ହୋଇଥାଏ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଅନଲାଇନ ଓ ସୋସିଆଲ ମିଡ଼ିଆରେ ପବ୍ଲିଶର୍ସମାନେ ଦେଶର ଜନସାଧାରଣଙ୍କୁ ଅନଲାଇନ ବିଜ୍ଞାପନ ଦେଖାଇ ପାରିବେ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ଗତ ୨୦୨୦, ଡିସେମ୍ବର ୪ରେ ମନ୍ତ୍ରଣାଳୟ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଥିଲା । ଅନଲାଇନ ଗେମିଂର ବିଜ୍ଞାପନକୁ ନେଇ ଘରୋଇ ସାଟେଲାଇଓ ଟିଭି ଚ୍ୟାନେଲଙ୍କ ପାଇଁ ଗାଇଡଲାଇନ୍ସ ଜାରି କରାଯାଇଥିଲା । ଏହି ସଂସ୍ଥାମାନେ ଅନଲାଇନ ଗେମିଂର ପ୍ରିଣ୍ଟ ଓ ଅଡିଓ-ଭିଜୁଆଲ ବିଜ୍ଞାପନ ନେଇ କ’ଣ କରିବେ ଓ କ’ଣ ନ କରିବେ ତାହା କୁହାଯାଇଥିଲା ।

Get real time updates directly on you device, subscribe now.