fbpx

ଏଥର ୩ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା! ୧ କୋଟି ଜନତାଙ୍କ ପାଇଁ ବଡ଼ ଘୋଷଣା କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ୧ କୋଟି ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ଘୋଷଣା କରିବେ । କେନ୍ଦ୍ର ସରକାର ଖୁବଶୀଘ୍ର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିବେ । ସିପିଆଇ-ଆଇଡବ୍ଲ୍ୟୁ ତଥ୍ୟ ମୁତାବକ, ସରକାର ଏଥର ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିପାରନ୍ତି । ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଧାରୀ ଡିଏ ଓ ମହଙ୍ଗା ଆଶ୍ୱସ୍ତି (ଡିଆର) ବୃଦ୍ଧିକୁ ଉତ୍ସୁକତାର ସହିତ ଅପେକ୍ଷା କରି ରହିଥିବା ବେଳେ ଖୁବଶୀଘ୍ର ଏନେଇ ଖୁସି ଖବର ଆସିବ । ଖୁବଶୀଘ୍ର ଡିଏ ଓ ଡିଆର ବୃଦ୍ଧି ଘୋଷଣା କରିପାରନ୍ତି କେନ୍ଦ୍ର ସରକାର ।

ସାଧାରଣ ଭାବେ ବର୍ଷର ଜାନୁଆରୀ ଓ ଜୁଲାଇ ମାସରେ ଦୁଇଥର କେନ୍ଦ୍ର ସରକାର ଡିଏରେ ସଂଶୋଧନ କରିଥାନ୍ତି । ଏନେଇ ଅଫିସିଆଲ ଭାବେ ଘୋଷଣା କରାଯାଇଥାଏ । ତେବେ ଏଥର ଡିଏ ବଢ଼ିଲେ କର୍ମଚାରୀଙ୍କ ବେତନ କେତେ ବଢ଼ିବ ସେନେଇ ସଭିଙ୍କ ମନରେ ପ୍ରଶ୍ନ ଉଠୁଛି । ସପ୍ତମ ବେତନ ଆୟୋଗ ଅନୁସାରେ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ଏହି ବୃଦ୍ଧି କରାଯିବ ଓ ତାହା ଚଳିତ ବର୍ଷ ଜୁଲାଇରୁ ପ୍ରଭାବୀ ହୋଇଯିବ । ଯଦି ସରକାର ଡିଏରେ ବୃଦ୍ଧି କରନ୍ତି, ତେବେ ତାହା ଆଗାମୀ ଟେକ୍ ହୋମ୍ ସାଲାରୀ ସହ ସାମିଲ ହେବେ ।

ଯଦି କୌଣସି କର୍ମଚାରୀଙ୍କ ବାର୍ଷିକ ବେତନ ୫୫,୨୦୦ ଟଙ୍କା ତେବେ ୫୦ ପ୍ରତିଶତ ଉପରେ ତାଙ୍କର ଡିଏ ୨୭,୬୦୦ ଟଙ୍କା ହେବ । ସେହିପରି ଯଦି ଡିଏ ୫୩ ପ୍ରତିଶତ ହୁଏ ତେବେ ତାଙ୍କର ଡିଏ ବଢ଼ି ୨୯,୨୫୬ ଟଙ୍କା ହୋଇଯିବ । ଅର୍ଥାତ କର୍ମଚାରୀଙ୍କର ବେତନ (୨୯,୨୫୬ – ୨୭,୬୦୦) = ୧୬୫୬ ଟଙ୍କା ହୋଇଯିବ । ଗତ ଥର ଗତ ମାର୍ଚ୍ଚ ୭ରେ ଡିଏ ବଢ଼ିଥିଲା ବେଳେ ତାହା ଜାନୁଆରୀ ପହିଲାରୁ ପ୍ରଭାବୀ ହୋଇଥିଲା । ସେହିପରି ଗତବର୍ଷ ଜୁଲାଇ ପହିଲାରେ ଡିଏ ବୃଦ୍ଧି ଘୋଷଣା ହେବା ପରେ ତାହା ଅକ୍ଟୋବର ୧୮ରୁ ଲାଗୁ ହୋଇଥିଲା ।

Get real time updates directly on you device, subscribe now.