fbpx

ଜୁଲାଇ ମାସରେ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ୩ଟି ବଡ଼ ଉପହାର ଦେବେ ସରକାର!

Advertisement

ନୂଆଦିଲ୍ଲୀ: ଆସନ୍ତା ମାସରେ କେନ୍ଦ୍ର ସରକାର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ୩ଟି ଉପହାର ଦେଇ ପାରନ୍ତି । ମହଙ୍ଗା ଭତ୍ତା (ଡିଏ)ର ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିସହିତ ଆହୁରି ଦୁଇଟି ବଡ଼ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର । ଡିଏ ବୃଦ୍ଧି ସହିତ ବକେୟା ଡିଏ ଓ ପ୍ରୋଭିଜନାଲ ଫଣ୍ଡ (ପିଏଫ) ରାଶି କର୍ମଚାରୀଙ୍କ ଖାତାକୁ ପଠାଯିବାର ସମ୍ଭାବନା ରହିଛି ।

ପ୍ରଥମ: ଆସନ୍ତା ମାସରେ କେନ୍ଦ୍ର ସରକାର ଡିଏ ବୃଦ୍ଧି କରିପାରନ୍ତି । ଦେଶରେ ବଢ଼ୁଥିବା ମହଙ୍ଗା ମାଡ଼କୁ ଦୃଷ୍ଟିରେ ରଖି ସରକାର ୪ରୁ ୫ ପ୍ରତିଶତ ଡିଏ ବଢ଼ାଇ ପାରନ୍ତି । ଗତ ମାର୍ଚ୍ଚରେ ଡିଏ ୩ ପ୍ରତିଶତ ବଢ଼ିଥିବା ବେଳେ ଏବେ କର୍ମଚାରୀମାନେ ୩୪ ପ୍ରତିଶତ ଡିଏ ପାଉଛନ୍ତି । ତେବେ ସମ୍ଭାବ୍ୟ ଡିଏ ବୃଦ୍ଧି ହେଲେ କର୍ମଚାରୀଙ୍କ ଡିଏ ୪୦ ପ୍ରତିଶତ ପାଖାପାଖି ପହଞ୍ଚିଯିବ ।

ଦ୍ୱିତୀୟ: ଗତ ୧୮ ମାସ ଧରି କର୍ମଚାରୀଙ୍କୁ ଡିଏ ମିଳିନାହିଁ । କୋଭିଡ୍ କାରଣରୁ ସରକାର ତାହାକୁ ସ୍ଥଗିତ କରି ରଖିଛନ୍ତି । ୨୦୨୦ ମସିହା ଜାନୁଅରୀରୁ ୨୦୨୧ ମସିହା ଜୁନ୍ ପର୍ଯ୍ୟନ୍ତ ଡିଏ ବାକି ରହିଛି । ତେବେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏକା ଥରକେ ଦୁଇ ଲକ୍ଷ ଟଙ୍କାର ବକେୟା ଡିଏ ମିଳିପାରେ । କର୍ମଚାରୀମାନେ ଲଗାତର ଏନେଇ ଦାବି କରିଆସୁଛନ୍ତି ।

୩- ସରକାର କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ସୁଧ ହାର ଉପରେ ମୋହର ଲଗାଇ ସାରିଛନ୍ତି । ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ଇପିଏଫ ସୁଧ ହାର ୮.୦୧ ପ୍ରତିଶତ ନିଷ୍ପତ୍ତି ହୋଇଛି । ଗତ ବର୍ଷ ଏହା ୮.୫ ପ୍ରତିଶତ ରହିଥିଲା । ସୁଧ ହାର କମ୍ ହେବା ଫଳରେ ୬ କୋଟିରୁ ଅଧିକ ଗ୍ରାହକଙ୍କୁ ଝଟକା ଲାଗିଛି । ତେବେ ସରକାର ଜୁଲାଇ ମାସରେ କର୍ମଚାରୀଙ୍କ ଖାତାକୁ ପିଏଫ୍ ସୁଧ ଅର୍ଥରାଶି ପଠାଇବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.