fbpx

ନବୀନଙ୍କ ଯୋଜନାକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା: ୭୫ ଦିନରେ ୧୦ ହଜାର ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିବା ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ । ମୁକ୍ତା ଯୋଜନାରେ ଓଡିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । ଶେଖାୱତ ଟ୍ୱିଟ୍ କରି ଓଡ଼ିଶା ସରକାରଙ୍କ ଏହି ଉଦ୍ୟମକୁ ଚମକ୍ରାର ବୋଲି ଅଭିହିତ କରିଛନ୍ତି । ମାତ୍ର ୭୫ ଦିନ ମଧ୍ୟରେ ଓଡିଶା ସରକାର ୧୧୪ଟି ସ୍ଥାନରେ ୧୦ ହଜାର ଜଳ ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି । ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ପୂର୍ବରୁ ଆରମ୍ଭ କରାଯାଇଥିବା କ୍ୟାଚ୍ ଦ ରେନ୍ କ୍ୟାମ୍ପେନରେ ଏହି ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରାଯାଉଛି ।

ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା)କୁ ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟିରେ ଆରମ୍ଭ କରାଯାଇଥିଲା । ଏହି ଜଳ ସଂରକ୍ଷଣ ପ୍ରକଳ୍ପକୁ ପ୍ରଶଂସା କରି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଲେଖିଛନ୍ତି କମ ସମୟ ମଧ୍ୟରେ ଏତେ ପରିମାଣରେ ବର୍ଷାଜଳ ସଂରକ୍ଷଣ ପକଳ୍ପ ନିର୍ମାଣ ପ୍ରଶଂସନୀୟ ।

Get real time updates directly on you device, subscribe now.