fbpx
BJD SKY
BJD SKY

ତରବରିଆ ଭାବରେ ଖାଆନ୍ତୁ ନାହିଁ, ପଡ଼ିବେ ରୋଗରେ; ଜାଣନ୍ତୁ ଏହାର ୪ କୁ-ପ୍ରଭାବ

BJD

ଓଡ଼ିଶା ଭାସ୍କର ବ୍ୟୁରୋ: ଛୋଟ ବେଳେ ଘରେ ପରିବାର ଲୋକେ ଗୋଟିଏ ଅଭ୍ୟାସ ସବୁବେଳେ ଶିଖାନ୍ତି । ତାହା ହେୁଚଇ ଖାଦ୍ୟ ଖାଇବା ସମୟରେ ଧୀରେ ଧୀରେ ଏବଂ ଚୋବାଇ ଚୋବାଇ ଖାଇବା । ହେଲେ ଦିନ ବିତିବା ସହିତ ଜୀବନଶୈଳୀରେ ପରିବର୍ତ୍ତନ ଘଟୁଛି । ଯଦ୍ୱାରା ଖାଇବା ଠାରୁ ଆରମ୍ଭ କରି ବିଭିନ୍ନ ଅଭ୍ୟାସ ବଦଳିବାରେ ଲାଗିଛି । ଛୋଟ ଥିବା ବେଳେ ଆମେ ଯେତିକି ସଚେତନ ରହୁଥିଲେ ତାହା ଏବେ ସମ୍ପୂର୍ଣ୍ଣ ବଦଳିଯାଇଛି । ସେସବୁ ଅଭ୍ୟାସ ଆମେ ଭୁଲିଯାଇଛେ ।

ତେବେ ଆମେ ଅଫିସ୍ ଯିବା ସମୟ ହୋଇଗଲେ କିମ୍ବା ଅଫିସ୍ ରେ ଖାଇବା ସମୟରେ କାମ ବ୍ୟସ୍ତରେ ଆମେ ଖୁବ୍ ଶୀଘ୍ର ଶୀଘ୍ର ଖାଇ ଉଠିଯାଉ । ଏଥିସହିତ ଠିକ୍ ଭାବରେ ଚୋବାଇ ଚୋବାଇ ଖାଉନାହୁଁ । ଯାହା ଦ୍ୱାରା ଆମେ ଜାଣତରେ ହେଉକି ଅଜାଣତରେ ନିଜର ସ୍ୱାସ୍ଥ୍ୟ ଉପରେ ହାନି ପହଞ୍ଚାଉଛେ । ତେବେ ଜଲ୍ଦି ଜଲ୍ଦି ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଉପୁଜିଥାଏ । ଯାହା ଆପଣ ମାନେ ଜାଣିବା ନିହାତି ଆବଶ୍ୟକ । ତାହେଲେ ଚାଲନ୍ତୁ ଜାଣିବା ଶୀଘ୍ର ଶୀଘ୍ର ଖାଦ୍ୟ ଖାଇବା ଦ୍ୱାରା କଣ ସମସ୍ୟା ଉପୁଜିଥାଏ ।

ମୋଟାପଣ ବଢ଼ିଥାଏ:

ଶୀଘ୍ର ଶୀଘ୍ର ଖାଦ୍ୟ ଖାଇବା ଦ୍ୱାରା ପେଟ ପୂରିଲା କି ନାହିଁ ତାହା ଆମେ ଜାଣିପାରୁନା । ଯାହା ଫଳରେ ଆମେ ଅଧିକ ଖାଇଦେଉ । ଆଉ ଦରକାର ଠାରୁ ଅଧିକ ଖାଇବା ଦ୍ୱାରା ମୋଟାପଣ ବଢ଼ିଥାଏ । ତେଣୁ ଶରୀରର ଓଜନ କମ୍ କରିବା ପାଇଁ ଆମକୁ କମ୍ ଖାଦ୍ୟ ଖାଇବା ନିହାତି ଆବଶ୍ୟକ ।

ହୋଇପାରେ ଡାଇବେଟିସ୍:

ଶୀଘ୍ର ଶୀଘ୍ର ଖାଦ୍ୟ ଖାଇବା ଅଭ୍ୟାସ ଆପଣଙ୍କୁ ଡାଇବେଟିସ୍ ରୋଗୀ କରିଦେଇପାରେ । ଏହାର କାରଣ ହେଲା ଜଲଦି ଜଲ୍ଦି ଖାଇବା ଦ୍ୱାରା ଶରୀରରେ ଇନସୁଲିନ୍ ବଢ଼ିଥାଏ ଯଦ୍ୱାରା ଡାଇବେଟିସ୍ ହେବାର ଆଶଙ୍କା ଅଧିକ ହୋଇଥାଏ ।

ଏସିଡିଟିର ହୋଇପାରନ୍ତି ଶିକାର:

ଏହି ଅଭ୍ୟାସ ରହିବା ଦ୍ୱାରା ଏସିଡିଟି ଭଳି ସମସ୍ୟା ଉପୁଜିଥାଏ । ଏହି ସମୟରେ ବାନ୍ତି ଆସିବା, ପେଟରେ ଯନ୍ତ୍ରଣା ହେବା, ଛାତିରେ ଯନ୍ତ୍ରଣା ହେବା ଭଳି ସମସ୍ୟା ଦେଖାଦେଇଥାଏ ।

ପାଚନ ପ୍ରକ୍ରିୟା ଉପରେ ପ୍ରଭାବ:

ଶୀଘ୍ର ଶୀଘ୍ର ଖାଦ୍ୟ ଖାଇବା ଅଭ୍ୟାସ ଆମର ପାଚନ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ । ଜଲଦି ଜଲ୍ଦି ରେ ଅଧିକ ଅଧିକ ଖାଇବା ଏକାଥରେ ଖାଇବା ସମୟରେ ଠିକ୍ ଭାବେ ଖାଦ୍ୟକୁ ନ ଚୋବାଇ ଢ଼ୋକି ଦେଇଥାଉ । ଏପରି କରିବା ଦ୍ୱାରା ଖାଦ୍ୟ ଠିକ୍ ରୂପେ ପାଚିତ ହୋଇନଥାଏ । ଯଦ୍ୱାରା ପାଚନ କ୍ରିୟାରେ ବାଧାସୃଷ୍ଟି ହୋଇଥାଏ ।

 

Get real time updates directly on you device, subscribe now.