fbpx

ଭାରତ-ପାକିସ୍ତାନ ସମ୍ପର୍କ; ଆଗାମୀ ଦଶନ୍ଧି ମଧ୍ୟରେ ଆସିବନି ସୁଧାର, ସର୍ଭେରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ସବୁ ଚେଷ୍ଟା ସତ୍ତ୍ୱେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ସୁଧାର ଆସିନାହିଁ। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ସବୁବେଳେ ତିକ୍ତତା ରହିଆସିଛି। ଭାରତ ଓ ପାକିସ୍ତାନରେ ଚାଲିଥିବା ଅସ୍ଥିରତା ମଧ୍ୟରେ ସେଣ୍ଟର ଫର୍ ପଲିସି ରିସର୍ଚ୍ଚ- ସି ଭୋଟର ପକ୍ଷରୁ ଏକ ସର୍ଭେ ସାମ୍ନାକୁ ଆସିଛି। ସେଣ୍ଟର ଫର ପଲିସି ରିସର୍ଚ୍ଚ- ସି ଭୋଟରର ସର୍ଭେରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ।

ବାସ୍ତବରେ ୬୦ ପ୍ରତିଶତରୁ ଅଧିକ ଭାରତୀୟ ଏବଂ ପାଖାପାଖି ୫୦ ପ୍ରତିଶତ ପାକିସ୍ତାନୀ ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିରେ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ ହୋଇପାରିବ ନାହିଁ । ଏହି ସର୍ଭେରେ ଭାରତ, ପାକିସ୍ତାନ ଏବଂ ବାଂଲାଦେଶର ୧୨,୦ ଉତ୍ତରଦାତାଙ୍କୁ ସାମିଲ କରାଯାଇଥିଲା। ଏହି ସର୍ବେକ୍ଷଣରେ ସମସ୍ତ ପ୍ରଶ୍ନର ଉତ୍ତର ଏହି ଲୋକମାନେ ଦେଇଛନ୍ତି।

୨୦୧୬ ପରଠାରୁ ଭାରତ-ପାକିସ୍ତାନ ସମ୍ପର୍କରେ ଯଥେଷ୍ଟ ସୁଧାର ଆସିଛି କାରଣ ଉଭୟଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା ହୋଇନାହିଁ । ୬୨ ପ୍ରତିଶତ ଭାରତୀୟ ବିଶ୍ୱାସ କରନ୍ତି ଯେ ଭାରତ-ପାକିସ୍ତାନ ସମ୍ପର୍କ ବନ୍ଧୁତ୍ୱପୂର୍ଣ୍ଣ ହୋଇପାରିବ ନାହିଁ ଏବଂ ୨୮ ପ୍ରତିଶତ ଆଶା କରନ୍ତି ଯେ ନିକଟ ଭବିଷ୍ୟତରେ ଦୁଇ ଦେଶ ଭଲ ବନ୍ଧୁ ହୋଇପାରିବେ । ୫୨ ପ୍ରତିଶତ ଭାରତ ସହ ସମ୍ପର୍କ କୁ ଫ୍ରେଣ୍ଡସିପ୍ ଟ୍ରାକ୍କୁ ଫେରିବା ଅସମ୍ଭବ ବୋଲି କହୁଥିବା ବେଳେ ୩୮ ପ୍ରତିଶତ ଆଶା ରଖିଛନ୍ତି ଯେ ବନ୍ଧୁତା ସମ୍ଭବ।

Get real time updates directly on you device, subscribe now.