fbpx

ଅଗଷ୍ଟ ୪ରେ ହେବ CGL ଗ୍ରୁପ-ବି ଓ ଗ୍ରୁପ-ସି ପ୍ରିଲିମିନାରୀ ପରୀକ୍ଷା: ଘୋଷଣା କଲା OSSC

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ବର୍ଷ ଡିସେମ୍ବର ମାସ ୨୬ ତାରିଖରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା (ସିଜିଏଲଆରଇ) ୨୦୨୩ର ଗ୍ରୁପ-ବି ଓ ଗ୍ରୁପ-ସି ସ୍ପେଶାଲିଷ୍ଟ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଉକ୍ତ ନିଯୁକ୍ତି ପାଇଁ ଜାନୁଆରୀ ମାସ ୩ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ମାସ ୨ରେ ସମାପ୍ତ ହେବାର ଥିଲା । ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ ତାରିଖ ପରିବର୍ତ୍ତନ କରାଯାଇଥିଲା । ପରେ ଜାନୁଆରୀ ୧୦ରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ ହୋଇ ଫେବୃଆରୀ ୯ରେ ଶେଷ ହୋଇଥିଲା । ଏଥିସହିତ ଫେବୃଆରୀ ୧୨ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ଫର୍ମ ସବମିଶନ ଓ ଫେବୃଆରୀ ୧୪ ସୁଦ୍ଧା ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ କରାଯାଇଥିଲା ।

ତେବେ ଏହା ମଧ୍ୟରେ ଉକ୍ତ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ଅଗଷ୍ଟ ମାସ ୪ ତାରିଖରେ ଗ୍ରୁପ-ବି ଓ ଗ୍ରୁପ-ସି’ର ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର ସମ୍ପୂର୍ଣ୍ଣ ପ୍ରୋଗ୍ରାମ ଖୁବଶୀଘ୍ର ଜାରି କରାଯିବ । ପରୀକ୍ଷା ବାବଦରେ ସବିଶେଷ ତଥ୍ୟ ଜାଣିବା ପାଇଁ ନିୟମିତ ଭାବେ ୱେବସାଇଟ୍ ପରିଦର୍ଶନ କରିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି । ମୋଟ ୮୩ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କୁ ଇନ୍ସପେକ୍ଟର ଅଫ୍ ଲେଗାଲ ମେଟ୍ରୋଲୋଜି, ଜୁନିୟର କେମିଷ୍ଟ, ସିନିୟର ଲାବୋରେଟୋରୀ ଆସିଷ୍ଟାଣ୍ଟ, ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ, ମାର୍କେଟ ଇଣ୍ଟେଲିଜେନ୍ସ ଇନ୍ସପେକ୍ଟର, କମ୍ପ୍ୟୁଟର ପ୍ରୋଗ୍ରାମର ଆଦି ପଦରେ ନିଯୁକ୍ତି ଦିଆଯିବ ।

Get real time updates directly on you device, subscribe now.