fbpx

OSSC ପକ୍ଷରୁ ବଡ଼ ନିଷ୍ପତ୍ତି: CGLRE-୨୦୨୩ର ମୁଖ୍ୟ ଲିଖିତ ପରୀକ୍ଷାର ପ୍ରଶ୍ନପତ୍ର ପ୍ୟାଟର୍ଣ୍ଣ ବଦଳିଲା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା (ସିଜିଏଲଆରଇ) -୨୦୨୩ର ମୁଖ୍ୟ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ସିଜିଏଲଆରଇ-୨୦୨୩ର ମୁଖ୍ୟ ଲିଖିତ ପରୀକ୍ଷାର ପ୍ରଶ୍ନପତ୍ର ପ୍ୟାଟର୍ଣ୍ଣ ପରିବର୍ତ୍ତନ ହୋଇଛି । ଗତ ବର୍ଷର ସିଜିଏଲଆରଇ-୨୦୨୩ ଅପେକ୍ଷା ସିଜିଏଲଆରଇ-୨୦୨୩ର ପ୍ରଶ୍ନପତ୍ର ପ୍ୟାଟର୍ଣ୍ଣ କିଛିଟା ବଦଳିବ । ଏନେଇ ଓଏସଏସସି ତରଫରୁ ଏକ ବିଜ୍ଞପ୍ତି ଜାରି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ସିଜିଏଲଆରଇ-୨୦୨୩ର ପ୍ରିଲିମିନାରୀ ପରୀକ୍ଷା ଗତ ୨୩ ତାରିଖରେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା । ଗତବର୍ଷ ଅକ୍ଟୋବର ମାସରେ ଜାରି ହୋଇଥିବା ବିଜ୍ଞପ୍ତିରେ ୪୯୫ଟି ପଦ ଖାଲି ରହିଥିଲା । ପରବର୍ତ୍ତୀ ସମୟରେ ଦୁଇଟି ପର୍ଯ୍ୟାୟରେ ଉକ୍ତ ପଦ ସଂଖ୍ୟା ଯଥାକ୍ରମେ ୫୦୪କୁ ଓ ୫୭୭କୁ ବୃଦ୍ଧି କରାଯାଇଥିଲା । ପ୍ରାର୍ଥୀଙ୍କୁ ଅଡିଟର, ଅଡିଟର (ସିଏଏ), ଟେକ୍ସଟାଇଲ ଇନ୍ସପେକ୍ଟର, ଜୁନିୟର ଆସିଷ୍ଟାଣ୍ଟ, ୱେଲଫେୟାର ଏକ୍ସଟେନସନ ଅଫିସର (ଡବ୍ଲ୍ୟଇଓ), ହାଣ୍ଡିକ୍ରାଫ୍ଟସ ପ୍ରମୋସନ ଅଫିସର, ଜୁନିୟର ଆକାଉଣ୍ଟାଣ୍ଟ ଏପରି ଭାବେ ୩୧ ପ୍ରକାର ପଦରେ ନିଯୁକ୍ତି ଦିଆଯିବ ।

Get real time updates directly on you device, subscribe now.