fbpx
BJD SKY
BJD SKY

(Video) ବାଇକ୍ ଷ୍ଟାର୍ଟ କରି ସିଧା ନାଳରେ ଯାଇ ପଡ଼ିଲେ ମଉସା: କିନ୍ତୁ ପଛରେ ବସିଥିବା ବ୍ୟକ୍ତି ନିଜ ବୁଦ୍ଧି ଯୋଗୁଁ…

BJD

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭଳିକି ଭଳି ଭିଡିଓ ସେୟାର କରାଯାଉଛି । ସେଥିରେ ଏପରି କିଛି ଭିଡିଓ ରହୁଛି, ଯାହାକୁ ଦେଖି ଆପଣ ହସି ହସି ଗଡ଼ିଯିବେ । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯାହାକି ଜଣେ ମଉସାଙ୍କ ସହ ଜଡ଼ିତ । ଭିଡିଓରେ ଦେଖିବାକୁ ମିଳିଛି କି, ମଉସା ଜଣକ ବାଇକରେ ବସିବା ମାତ୍ରେ ବାଲାନ୍ସ ହରାଇବସିଛନ୍ତି ଓ ସିଧା ଯାଇ ନାଳରେ ପଡ଼ିଛନ୍ତି । ଅବଶ୍ୟ ପଛରେ ବସିଥିବା ବ୍ୟକ୍ତି ଖୁବ୍ ଚାଲାକ୍ ଥିଲେ ଓ ସୁଯୋଗ ଦେଖି ବାଇକରୁ ଡେଇଁପଡ଼ିଥିଲେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ମଉସା ବାଇକରେ ବସି ଗାଡ଼ି ଷ୍ଟାର୍ଟ କରିଛନ୍ତି ଓ ତାଙ୍କ ପଛରେ ଜଣେ ବ୍ୟକ୍ତି ଆସି ବସିଛନ୍ତି । କିନ୍ତୁ ମଉସା ବାଇକ୍ ଷ୍ଟାର୍ଟ କରିବା ମାତ୍ରେ ତାଙ୍କ ବାଇକ୍ ବିଗିଡ଼ିଯାଇଥିଲା । ପଛରେ ବସିଥିବା ବ୍ୟକ୍ତି ପରିସ୍ଥିତିକୁ ଜାଣିବା ପରେ ତୁରନ୍ତ ବାଇକରୁ ଡେଇଁପଡ଼ିଥିଲେ । ଅନ୍ୟପଟେ ମଉସା ସିଧା ଯାଇ ନାଳରେ ପଡ଼ିଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଭିଡିଓ ଗାଁ ସହ ଜଡ଼ିତ ଥିବା ଦେଖିବାକୁ ମିଳିଛି । ଲୋକମାନେ ଏହି ଭାଇରାଲ ଭିଡିଓକୁ ଦେଖି ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଏହି ଭିଡିଓକୁ badnaam_tinger_ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଅପଲୋଡ କରାଯାଇଛି ।

 

View this post on Instagram

 

A post shared by utt__chori__ (@badnaam_tinger_)

Get real time updates directly on you device, subscribe now.