fbpx

ଫାଇନାଲ ପୂର୍ବରୁ ଚହଲଙ୍କ ଗୁରୁମନ୍ତ୍ର: ଶୁଣନ୍ତୁ କଣ କହିଲେ?

ଅହମ୍ମଦାବାଦ: ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ୨୦୨୨ ଆଇପିଏଲର ଫାଇନାଲ ମ୍ୟାଚ । ରାଜସ୍ଥାନ ରୋୟଲ୍ସ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଚଳିତ ସିଜନରେ ପ୍ରଥମ କରି ଏଣ୍ଟ୍ରି କରିଥିବା ଗୁଜୁରାଟ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିବା ବେଳେ ରାଜସ୍ଥାନ ମଧ୍ୟ ଗୁଜୁରାଟକୁ ଚାଲେଞ୍ଜ କରିଛି । ଲିଗର ପ୍ରଥମ ସିଜନର ବିଜେତା ପୁଣଥରେ ଚଳିତବର୍ଷ ଫାଇନାଲରେ ପହଞ୍ଚିଥିବା ବେଳେ ଖେଳାଳିଙ୍କ ପ୍ରଦର୍ଶନ ଦଳକୁ ଆଉ ଏକ ଟ୍ରଫି ଜିତାଇପାରେ ବୋଲି ଆଶା କରାଯାଉଛି ।

ତେବେ ଏହି ସିଜନରେ ପର୍ପଲ କ୍ୟାପ ତାଲିକାର ସବୁଠୁ ବଡ ଦାବିଦାର ୟୁଜବେନ୍ଦ୍ର ଚହଲ ଏକ ବଡ ମନ୍ତବ୍ୟ ଦେଇଛନ୍ତି । ଫାଇନାଲ ଜିତିବା ପାଇଁ କଣ କରିବାକୁ ହେବ, ସେ ନେଇ ଗୁରୁମନ୍ତ୍ର ଦେଇଛନ୍ତି ଚହଲ । ଗୁଜୁରାଟର ଜଣେ ବ୍ୟାଟ୍ସମ୍ୟାନଙ୍କୁ ଫସାଇ ଦେଲେ ମ୍ୟାଚ ଜିତିବା ସହଜ ହୋଇଯିବ ବୋଲି ଚହଲ କହିଛନ୍ତି । ଗୁଜୁରାଟର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସ୍ପିନକୁ ଖୁବ ଭଲ ଖେଳନ୍ତି । ପାଳିକୁ ଧିମା ଆରମ୍ଭ କରି ଶେଷରେ ବିସ୍ପୋରକ ଇନିଂସ ଖେଳିବାର କ୍ଷମତା ତାଙ୍କ ନିକଟରେ ରହିଛି । ତେବେ ଯଦି ଫାଇନାଲରେ ତାଙ୍କ ୱିକେଟ ଶୀଘ୍ର ହାସଲ କରିନିଆଯାଏ, ତେବେ ଟ୍ରଫି ଜିତିବା ଟିକିଏ ସହଜ ହୋଇଯିବ ବୋଲି କହିଛନ୍ତି ଚହଲ । ଗୁଜୁରାଟ ଦଳରେ ଧୈର୍ଯ୍ୟ ଦରି ପଡିଆରେ ରହିବା ସହ ବଡ ପାଳି ଖେଳିବା ଭଳି ଅଧିକ ଖେଳାଳି ମହଜୁଦ ନାହାନ୍ତି । ସମସ୍ତେ ବଡ ଶଟ ଖେଳିବା ପାଇଁ ପସନ୍ଦ କରନ୍ତି, ଯାହା ରାଜସ୍ଥାନର ବୋଲରମାନଙ୍କୁ ସାହାଯ୍ୟ କରିବ ବୋଲି ଆଶା ରହିଛି ।

ଫାଇନାଲ ପୂର୍ବରୁ ୨୬ଟି ୱିକେଟ ସହ ୱାନିନ୍ଦୁ ହସରଙ୍ଗାଙ୍କ ସହ ଯୁଗ୍ମ ଭାବରେ ପ୍ରଥମ ସ୍ଥାନରେ ରହିଛନ୍ତି ଚହଲ । ତେବେ ଆଜି ମ୍ୟାଚରେ ଗୋଟିଏ ହାସଲ କରିବା ସହ ପର୍ପଲ କ୍ୟାପ ଉପରେ ମଧ୍ୟ ସେ କବଜା କରିପାରିବେ । ଏହାପୂର୍ବରୁ ରାଜସ୍ଥାନ ଶେନ ୱାର୍ଣ୍ଣଙ୍କ ନେତୃତ୍ୱରେ ପ୍ରଥମ ଟାଇଟଲ ହାସଲ କରିଥିଲା । ସେପଟେ ନିଜର ପ୍ରଥମ ସିଜନରେ ହିଁ ହାର୍ଦ୍ଦିକଙ୍କ ନେତୃତ୍ୱରେ ଫାଇନାଲରେ ଏଣ୍ଟ୍ରି ମାରିଛି ଗୁଜୁରାଟ ଟାଇଟନ୍ସ ।

Get real time updates directly on you device, subscribe now.