fbpx

ରାସ୍ତା ମଝିରେ ଦୁଇ ଯୁବକଙ୍କ ମଧ୍ୟରେ ଭୟଙ୍କର ମାରପିଟ୍: କିନ୍ତୁ ଏଣ୍ଡିଂ ସିନ୍ ସମସ୍ତଙ୍କୁ କନଫ୍ୟୁଜ୍ କଲା, ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡ଼ିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ତେବେ ନିକଟରେ ଏକ ଭାଇରାଲ୍ ଭିଡିଓକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଦୁଇଜଣ ଯୁବକ ରାସ୍ତା ମଝିରେ ଭୟଙ୍କର ଭାବେ ମାରପିଟ୍ ହେଉଥିଲେ । ତେବେ କିଛି ସମୟ ପରେ ଦୁଇ ଯୁବକଙ୍କ ଆକ୍ସନ ସମସ୍ତଙ୍କୁ କନଫ୍ୟୁଜରେ ପକାଇ ଦେଇଛି । ପ୍ରକୃତରେ ସେମାନଙ୍କ ମଧ୍ୟରେ କ’ଣ ଘଟିଥିବା ତାହା ଆପଣ ସମ୍ପୂର୍ଣ୍ଣ ଭିଡିଓ ଦେଖିବା ପରେ ଜାଣିପାରିବେ ।

ଭିଡିଓରେ ଦେଖାଯାଉଛି ଯେ, ଦୁଇ ଜଣ ଯୁବକ ପରସ୍ପର ସହ ଲଢ଼େଇ କରୁଛନ୍ତି । ତେବେ କିଛି ସମୟ ପରେ ଦୁହେଁ ଲଢ଼େଇ ବନ୍ଦ କରିଦେଇ ପରସ୍ପରଙ୍କ ସହ କରମର୍ଦ୍ଦନ କରିଥିଲେ । ଏହାକୁ ଦେଖିବାକୁ ପରେ ଯେ କେହି ଦ୍ୱନ୍ଦ୍ୱରେ ପଡ଼ିବା ସ୍ୱାଭାବିକ । ଦୁହେଁ ହାତ ମିଳାଇବା ପଛର କାରଣ କ’ଣ ସେନେଇ ଅଧିକାଂଶ କନଫ୍ୟୁଜରେ ପଡ଼ିଯାଇଛନ୍ତି ।

ଉକ୍ତ ଭିଡିଓକୁ ଜଣେ ବ୍ୟକ୍ତି ତାଙ୍କର ଟ୍ୱିଟର ଆକାଉଣ୍ଟରେ ଶେୟାର କରିଥିଲେ । ଭିଡିଓରେ ଜଣେ ଯୁବକ ଅନ୍ୟ ଜଣଙ୍କୁ ତଳେ ପକାଇ ନିର୍ଧୂମ୍ ମାଡ଼ ମାରୁଥିବା ଦେଖାଯାଇଥିଲା । ଜଣେ ଯୁବକ ନୀଳ ରଙ୍ଗର ଟି-ଶାର୍ଟ ପିନ୍ଧିଥିବା ବେଳେ ଅନ୍ୟ ଜଣେ କଳା ରଙ୍ଗର ପିନ୍ଧିଥିଲେ । ଏହି ଭିଡିଓକୁ ୬୪ ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିଥିବା ବେଳେ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଯୁବକ ଲେଖିଥିଲେ- ‘ମୁଁ ଏପରି ଲଢ଼େଇ ପୂର୍ବରୁ କେବେ ଦେଖିନଥିଲି ।’ ସେହିପରି ଆଉ ଜଣେ ଲେଖିଥିଲେ- ‘ଅନ୍ତ ଭଲା ତୋ ସବ ଭଲା ।’

Get real time updates directly on you device, subscribe now.