fbpx
BJD SKY
BJD SKY

Medanta ହସ୍ପିଟାଲର ଚେୟାରମ୍ୟାନ୍ ହେଲେ ‘deepfake’ର ଶିକାର, FIR ରୁଜୁ କଲା ପୋଲିସ

BJD

ନୂଆଦିଲ୍ଲୀ: ଆଜିକାଲି ଟେକ୍ନୋଲୋଜି ଦୁନିଆରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛି । ଟେକ୍ନୋଲୋଜି ମାଧ୍ୟମରେ ମନୁଷ୍ୟର ଅନେକ ସମସ୍ୟାର ସମାଧାନ ସମ୍ଭବ । ଅପରପକ୍ଷରେ ଏହାର ଅପବ୍ୟବହାର ଅନେକ ସମସ୍ୟାର କାରଣ ପାଲଟିଥାଏ । ଆଜିକାଲି ‘ୟରରକ୍ଟ୍ରଲବଳର’କୁ ନେଇ ବେଶି ଚର୍ଚ୍ଚା ହେଉଛି । ବଲିଉଡ଼ ଏବଂ କ୍ରୀଡ଼ା ସେଲିବ୍ରିଟିମାନେ ଏହାର ଶିକାର ହେଉଥିବାବେଳେ ବର୍ତ୍ତମାନ ମେଡିକାଲ ସହ ଜଡ଼ିତ ଥିବା ଲୋକମାନଙ୍କୁ ‘deepfake’ର ଚିନ୍ତା ଘାରିଛି ।

ସୂଚନାରୁ ପ୍ରକାଶା ‘ମେଦାନ୍ତା’ ହସ୍ପିଟାଲର ଚେୟାରମ୍ୟାନ୍ ଡା. ନରେଶ ତ୍ରେହାନ(Dr. Naresh Trehan) ‘deepfake’ର ଶିକାର ହୋଇଛନ୍ତି । ସେ ହେଉଛନ୍ତି ଦେଶର ଶ୍ରେଷ୍ଠ କାର୍ଡ଼ିଓଲୋଜିଷ୍ଟ ମଧ୍ୟରୁ ଅନ୍ୟତମ । ଡା. ନରେଶ ତ୍ରେହାନଙ୍କ ଭାଇରାଲ ହେଉଥିବା ଏହି ‘deepfake’ ଭିଡ଼ିଓରେ ସେ ଓଜନ ହ୍ରାସ ସମ୍ବନ୍ଧୀୟ ଔଷଧ ବିଷୟରେ କହୁଥିବାର ନଜର ଆସିଛନ୍ତି । ତେବେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଗୁରୁଗ୍ରାମ ପୋଲିସର ସାଇବର କ୍ରାଇମ୍ ୟୁନିଟ୍ ଭିଡ଼ିଓ ଭାଇରାଲ କରୁଥିବା ସେହି ଅଜଣା ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ଧାରା ୪୧୯ ଏବଂ ୪୨୦ ଅନ୍ତର୍ଗତ ଏକ ମାମଲା ରୁଜୁ କରିଛି । ହସ୍ପିଟାଲର ଆସିଷ୍ଟାଣ୍ଟ ଭାଇସ୍ ପ୍ରେସିଡେଣ୍ଟ(ମାର୍କେଟିଂ) ହରିଶ ଅଶ୍ୱାନୀଙ୍କ କହିବାନୁଯାୟୀ ଏହା ହେଉଛି ଏକ ଫେକ୍ ଭିଡ଼ିଓ ଯାହା ଲୋକଙ୍କୁ ଭ୍ରମିତ କରିବା ପାଇଁ ସୋସିଆଲ ମିଡ଼ିଆରେ ଭାଇରାଲ କରାଯାଉଛି । ଏହି ଭିଡ଼ିଓ ଡା. ନରେଶ ତ୍ରେହାନ ଏବଂ ହସ୍ପିଟାଲର ରେପ୍ୟୁଟେସନକୁ ପ୍ରଭାବିତ କରୁଛି । ଯେଉଁ ରୋଗୀମାନେ ‘ମେଦାନ୍ତା’ ହସ୍ପିଟାଲ ଉପରେ ନିର୍ଭରଶୀଳ ସେମାନଙ୍କ ମନରେ ଅଯଥା ସନ୍ଦେହ ଏବଂ ଆଶଙ୍କା ସୃଷ୍ଟି କରିପାରେ ଏହି ଭିଡ଼ିଓ । ତେବେ ଏନେଇ ପୋଲିସର ଅଧିକ ଛାନଭିନ୍ ଜାରି ରହିଛି ।

Get real time updates directly on you device, subscribe now.