fbpx

ହଂସର ଏହି ଗୁଣ ଥିବା ବ୍ୟକ୍ତି ସେକେଣ୍ଡର ସମାଧାନ କରନ୍ତି ସମସ୍ୟା: ଜାଣନ୍ତୁ କ’ଣ କହୁଛି ଚାଣକ୍ୟ ନାତି

ସଫଳ ଜୀବନ ପାଇଁ ପତ୍ୟେକ ଛୋଟରୁ ଛୋଟ ଜିନିଷକୁ ଗୁରୁତ୍ୱ ଦେଇଛନ୍ତି ଆଚାର୍ଯ୍ୟ ଚାଣକ୍ୟ, ଯାହାଫଳରେ ବ୍ୟକ୍ତି ସଫଳତା ମିଳିପାରିବ । ଚାଣକ୍ୟ ନୀତିକୁ ସଠିକ୍ ଭାବରେ ପାଳନ କରିବା ଦ୍ୱାରା ବ୍ୟକ୍ତି ହାରିଯାଇଥିବା ମ୍ୟାଚକୁ ମଧ୍ୟ ପୁଣିଥରେ ଜିତିପାରିବ । ସେହିପରି ଆଚାର୍ଯ୍ୟ ଚାଣକ୍ୟ ହଂସର ଏକ ଗୁଣ ବିଷୟରେ ଆଲୋଚନା କରିଛନ୍ତି, ଯାହାକସ୍ପ୍ରତ୍ୟେକ କଣିଷକୁ ଶିଖିବା ଉଚିତ୍ । ଏହାକୁ ଶିଖିବା ଦ୍ୱାରା ବ୍ୟକ୍ତି ଯେକୌଣସି ସମସ୍ୟାର ସମାଧାନ ଅତି ସହଜରେ କରିପାରିବ ।

ଚାଣକ୍ୟ କହିଛନ୍ତି ଯେ, ଏହି ଦୁନିଆରେ ଅନେକ ପ୍ରକାରର ଶାସ୍ତ୍ର, ବିଦ୍ୟା ରହିଛି । ମଣିଷ ଜୀବନ ବହୁତ ଛୋଟ ଓ ଏଥିରେ ଅନେକ ପ୍ରକାରର ବାଧା ବିଘ୍ନ ମଧ୍ୟ ଆସିଥାଏ । ଏପରି ପରିସ୍ଥିତିରେ ଯଦି ଜଣେ ବ୍ୟକ୍ତି ସଫଳ ହେବାକୁ ଚାହାଁନ୍ତି, ତେବେ ତାଙ୍କୁ ହଂସର ଖାସଗୁଣକୁ ଆପଣାଇବାକୁ ପଡ଼ିବ । ଯେପରି ଏକ ହଂସ ପାଣି ମିଶ୍ରିିତ କ୍ଷୀରରୁ କ୍ଷୀରକୁ ଛାଣି ପିଇଥାଏ ଓ ପାଣିକୁ ଅଲଗା କରି ଛାଡ଼ିଦିଏ, ସେହିପରି ଭାବରେ ଜଣେ ବ୍ୟକ୍ତିକୁ ଆବଶ୍ୟକ ଜ୍ଞାନ ଉପରେ ବିଚାର କରି ତାହାକୁ ଗ୍ରହଣ କରିବା ଉଚିତ ଏବଂ ଅନ୍ୟ ଜିନିଷକୁ ଅଣଦେଖା କରିବା ଉଚିତ୍ ।

ସଫଳତା ପାଇଁ କରନ୍ତୁ ଏହି କାର୍ଯ୍ୟ – ଚାଣକ୍ୟ କୁହନ୍ତି ଯେ, ସମଗ୍ର ବ୍ରହ୍ମାଣ୍ଡ ଜ୍ଞାନରେ ପରିପୂଣ୍ଣ. ଯେଉଁଥିରେ କିଛି ଦରକାରୀ ଏବଂ କିଛି ଅଦରକାରୀ ଜିନିଷର ମିଶ୍ରଣ ରହିଛି । ବ୍ୟକ୍ତି ନିଜର ଦାୟିତ୍ୱ ଏବଂ କର୍ତ୍ତବ୍ୟ ପୂରଣ କରିବା ସହିତ ଏହି ସମସ୍ତ ଜ୍ଞାନ ହାସଲ କରିପାରିବ ନାହିଁ । ଚାଣକ୍ୟଙ୍କ ଅନୁଯାୟୀ, ଯେଉଁ ବ୍ୟକ୍ତି କମ୍ କିନ୍ତୁ କୌଣସି ବିଷୟର ସମ୍ପୂର୍ଣ୍ଣ ସୂଚନା ରଖିଥାଏ, ସେ ହସଖୁସିରେ ପ୍ରତ୍ୟେକ ସଙ୍କଟର ସମ୍ମୁଖୀନ ହୁଅନ୍ତି ଏବଂ ଏହାକୁ ଦୂର କରନ୍ତି । ସଫଳ ହେବାକୁ ହେଲେ ଜଣେ ବ୍ୟକ୍ତିକୁ ସଂସାର ରୂପରେ ଥିବା ଜଳରୁ ଦୁଗ୍ଧ ଆକାରରେ ଜ୍ଞାନ ଗ୍ରହଣ କରିବା ଉଚିତ୍ ।

Get real time updates directly on you device, subscribe now.