ଭୁବନେଶ୍ୱର: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ସୁରକ୍ଷା ବ୍ୟବସ୍ଥା ବଢ଼ିଲା । ଏ ନେଇ ଅପରାହ୍ନଣ ୨ଟାବେଳେ ପିଏକ୍ସଇ କ୍ୟାମ୍ପସରେ ବୈଠକ ବସିବ ।
ସୁରକ୍ଷା ବୈଠକ ଡାକିଛନ୍ତି ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି । ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଓଡିଶାର ବିଭିନ୍ନ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି ।
ଯେ କୌଣସି ମୁହୁର୍ତ୍ତରେ ଭାରତ ଉପରେ ଆତଙ୍କବାଦୀ ହମଲା ହେବାର ଆଶଙ୍କା ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରିଦିଆଯାଉଛି ।
ପୁରୀ ଶ୍ରୀ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଭାବେ ପାଳନ ହେଉଛି । ମନ୍ଦିର ଭିତରେ ଓ ବାହାରେ ପୋଲିସ ଛାଉଣି କରାଯାଇଛି ।