fbpx

ଅଳ୍ପକେ ବର୍ତ୍ତିଗଲେ ମୁଖ୍ୟମନ୍ତ୍ରୀ: ମାତ୍ର ଇଞ୍ଚେ ଦୂରରେ ଭୟଙ୍କର ବେଗରେ ଚାଲିଗଲା ଟ୍ରେନ୍

ଅମରାବତୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ଜୋର । ମାତ୍ର ପାଦକରେ କାଳ ମୁହଁରୁ ବର୍ତ୍ତିଗଲେ ଚନ୍ଦ୍ରବାବୁ । ନହେଲେ ତ ଏବେ ସାରା ଦେଶ ଚନ୍ଦ୍ରବାବୁଙ୍କ ପାଇଁ ହୁଏତ ଶୋକ ପାଲୁଥାନ୍ତା । ଆମେ ଏମିତି ମନଗଢା କଥା କହୁନାହୁଁ । କହିବା ପଛରେ କାରଣ ରହିଛି ।

କଥାଟି ଏମିତି କି, ଗୁରୁବାର ଏକ ଟ୍ରେନ ଧକ୍କାରୁ ମାତ୍ର ଗୋଟିଏ ପାଦରେ ବର୍ତ୍ତିଯାଇଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ।  ଆନ୍ଧ୍ର ପ୍ରଦେଶର ବନ୍ୟା ସ୍ଥିତିର ମୁଆଇନା କରିବାକୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଜୁ ଯାଇଥିଲେ । ଏହି ଗସ୍ତ କାଳରେ ସେ ଯେତେବେଳେ ମଧୁରା ନଗର ରେଲବାଇ ବ୍ରିଜ ଉପରେ ଥିଲୋ ବ୍ରିଜଟି କେବଳ ଟ୍ରେନ ଯାତାୟାତ ପାଇଁ ପ୍ରସ୍ତୁତ ହୋଇଛି । ପାଦରେ ଚାଲି ଯିବାକୁ ଅତି ସଂକୀର୍ଣ୍ଣ ପଥ ରହିଛି । ଚନ୍ଦ୍ରବାବୁ ବ୍ରିଜ ଉପରେ ଚାଲିବା ସହ ଉପରୁ ତଳର ଅବସ୍ଥା ଅନୁଧ୍ୟାନ କରୁଥିଲେ ।

ଠିକ ଏହି ସମୟରେ ଅଚାନକ ଏକ ଟ୍ରେନ ସେହି ଧାରଣା ଦେଇ ଚାଲିଗଲା । ଟ୍ରେନ ଦ୍ରୁତ ଗତିରେ ଆସିବା ଦେଖି ସୁରକ୍ଷାବଳ ହଡବଡେଇ ଗଲେ । ଜଣେ ସୁରକ୍ଷା କର୍ମୀ ତୁରନ୍ତ ନାଇଡୁଙ୍କୁ ରେଳ ଧାରଣା ଉପରେ ଟାଣିଆଣିଲେ କଡକୁ । ଟ୍ରେନ ଚାଲିଗଲା । ମାତ୍ର କିଛି ଇଞ୍ଚରେ ବର୍ତ୍ତିଗଲେ ନାଇଡୁ ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଗତ ୫ ଦିନ ହେବ ଲଗାତର ନାଇଡୁ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରୁଛନ୍ତି । ଏହି ଗସ୍ତ କାଳରେ ସେ ବାରମ୍ବାର ସୁରକ୍ଷା ପ୍ରୋଟୋକଲକୁ ପଛରେ ପକାଇଥିବା ଦେଖିବାକୁ ମିଳିଛି । ଏବେ ଆନ୍ଧ୍ରରେ ଆସିଥିବା ବନ୍ୟାରେ ୧.୮ ଲକ୍ଷ ହେକ୍ଟର ଜମି ନଷ୍ଟ ହୋଇଯାଇଛି । ଏଥିରେ ଦୁଇଲକ୍ଷ ଲୋକ ପ୍ରଭାବିତ ହେବ ପ୍ରାରମ୍ଭିକ ଅବସ୍ଥାରୁ ଜଣାପଡିଛି । ବନ୍ୟା ସ୍ଥିତିର ଯାଞ୍ଚ କରିବା ପରେ ସେ ତୁରନ୍ତ ହିଁ ସହାୟତା ରାଶି ପ୍ରଦାନ କରିବାକୁ ନାଇଡୁ କୃଷକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.