fbpx

ହାଇକୋର୍ଟ ଆଦେଶ ବିରୋଧରେ ସୁପ୍ରିମ କୋର୍ଟର କବାଟ ବାଇାଇଲେ ଚନ୍ଦ୍ରବାବୁ ନାଇଡୁ

Advertisement

ନୂଆଦିଲ୍ଲୀ : ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ହାଇକୋର୍ଟ ଆଦେଶ ବିରୋଧରେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଅନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ହାଇକୋର୍ଟ ନିଷ୍ପତିକୁ ଚ୍ୟାଲେଞ୍ଜ ଦେଇଛନ୍ତି ଚନ୍ଦ୍ରବାବୁ ନାଇଡୁ । ଯାହା ଫଳରେ ଚନ୍ଦ୍ରବାବୁ ନାଇଡୁ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସିଆଇଡି ପକ୍ଷରୁ ହାଇକୋର୍ଟରେ ଯୁକ୍ତି କରଯାଇଥିଲା ଯେ ଦୁର୍ନିତି ନିବାରଣ ଆଇନ ଧାରା ୧୭(ଏ) ଚନ୍ଦ୍ରବାବୁଙ୍କ ବିରୋଧରେ ଲାଗୁ ହୋଇଛି । ନାଇଡୁଙ୍କ ପିଟିସନରେ ଏସିବି କୋର୍ଟ ଦେଇଥିବା ରିମାଣ୍ଡ ଆଦେଶକୁ ମଧ୍ୟ ରଦ୍ଦ କରିବାକୁ ଦାବି କରାଯାଇଥିଲା । ତେବେ ଏହି ମାମଲା ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣୀ ହେବ ।

ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ସେପ୍ଟେମ୍ବର ୯ରେ ନାଇଡୁଙ୍କୁ ପୋଲିସ ଗିରଫ କରିଥିଲା । ଏହା ପରେ କୋର୍ଟ ତାଙ୍କୁ ୧୪ ଦିନ ଜେଲ ପଠାଇ ଥିଲେ । ତେବେ କୋର୍ଟର ନିଷ୍ପତି ପରେ ତାଙ୍କୁ ରାଜମହେନ୍ଦୀ ଜେଲକୁ ନିଆଗଲା । ଆନ୍ଧ୍ରପ୍ରଦେଶ ପୋଲିସ ଚନ୍ଦ୍ରବାବୁ ନାଇଡୁଙ୍କୁ ମୁଖ୍ୟଷଢଯନ୍ତ୍ରକାରୀ ବୋଲି ପୋଲିସ କହୁଛି । ଏହି ମାମଲାରେ ରାଜ୍ୟ ସରକାରଙ୍କର ୩୦୦ କୋଟି କ୍ଷତି ହୋଇଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.