fbpx

Big Breaking: ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ

Advertisement

ନୂଆଦିଲ୍ଲୀ: ଚନ୍ଦ୍ରବାବୁ ନାଇଡୁ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହ, ଜେପି ନଡ୍ଡା, ନୀତିନ ଗଡ଼କାରୀ, ଏକନାଥ ସିଂହ ସମେତ ଅନେକ ନେତା ଉପସ୍ଥିତ ଅଛନ୍ତି ।

ପବନ କଲ୍ୟାଣ ମଧ୍ୟ ମନ୍ତ୍ରୀପଦର ଶପଥ ନେଇଛନ୍ତି । ତାଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ଅଟେ । ପବନ କଲ୍ୟାଣ ୨୦୧୪ରେ ଜନସେବା ପାର୍ଟୀର ଗଠନ କରିଥିଲେ । ଏଥର ସେ ବିଜେପି ଏବଂ ଟିଡିପି ସହ ନିର୍ବାଚନ ଲଢିଛନ୍ତି । କଲ୍ୟାଣଙ୍କ ପାର୍ଟୀ ୨୧ ବିଧାନସଭା ସିଟ ଏବଂ ୨ଟି ଲୋକସଭା ଆସନରେ ବିଜୟୀ ଲାଭ କରିଛନ୍ତି ।

ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡୁଙ୍କ ଶପଥ ଗ୍ରହଣ ସମାରୋହରେ ରଜନୀକାନ୍ତ ଏବଂ ଚିରଞ୍ଜୀବୀ ମଧ୍ୟ ସାମିଲ ହୋଇଛନ୍ତି। ଏହା ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ ମଧ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ବିଜୟୱାଡାରେ ପହଞ୍ଚିଥିଲେ।

 

Get real time updates directly on you device, subscribe now.