fbpx

ଏଣିକି ଯେକୌଣସି ଷ୍ଟେସନରୁ ବି ଟ୍ରେନ୍ ଧରିଲେ ବି ଲାଗିବନି ଜୋରିମାନା, ଜାଣନ୍ତୁ IRCTCର ନୂଆ ନିୟମ

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଯଦି ଆପଣ ମୂଳ ରେଳ ଷ୍ଟେସନ ବ୍ୟତୀତ ଅନ୍ୟ ଷ୍ଟେସନରୁ ଟ୍ରେନ୍ ଧରନ୍ତି, ତେବେ କୌଣସି ବି ଜୋରିମାନା ଦେବାକୁ ପଡିବ ନାହିଁ । ଆଇଆରସିଟିସି ପକ୍ଷରୁ ରେଳଯାତ୍ରୀମାନଙ୍କୁ ଏହି ସୂଚନା ଦିଆଯାଇଛି । ଏବେ ଯାତ୍ରୀମାନେ ଟ୍ରେନ୍ ଧରିବା ପୂର୍ବରୁ ଟିକେଟରେ ବୋର୍ଡିଂ ଷ୍ଟେସନ ପରିବର୍ତ୍ତନ କରିପାରିବେ ।

ଅନଲାଇନ୍ ଟିକେଟ ବୁକ୍ କରୁଥିବା ରେଳଯାତ୍ରୀମାନେ ଆଇଆରସିଟିସିର ଏହି ସୁବିଧାର ଲାଭ ଉଠାଇପାରିବେ । ଯଦି ଆପଣ ଅଫଲାଇନ୍ ବା କୌଣସି ଏଜେଣ୍ଟଙ୍କ ଜରିଆରେ ଟିକେଟ୍ ନେଇଛନ୍ତି, ତେବେ ଆଇଆରସିଟିସିର ଏହି ସୁବିଧାର ଲାଭ ଆପଣ ଉଠାଇପାରିବେ ନାହିଁ । ଅନଲାଇନ୍ ଟିକେଟ୍ ବୁକ୍ କରୁଥିବା ଯାତ୍ରୀମାନେ ହିଁ ଏହି ପରିବର୍ତ୍ତନର ଲାଭ ଉଠାଇପାରିବେ ।

ପୂର୍ବରୁ ଯଦି ଆପଣ ନିଶ୍ଚିତ ହୋଇଥିବା ବୋର୍ଡିଂ ଷ୍ଟେସନ ବ୍ୟତୀତ ଅନ୍ୟ ଷ୍ଟେସନରୁ ଟ୍ରେନ୍ ଧରୁଥିଲେ , ତେବେ ଏଥିପାଇଁ ଆପଣଙ୍କୁ ଜୋରିମାନା ଦେବାକୁ ପଡୁଥିଲା । ଏହା ସହିତ ବୋର୍ଡିଂ ଷ୍ଟେସନରୁ ନେଇ ଟ୍ରେନ୍ ଧରିବାର ଷ୍ଟେସନ ପର୍ଯ୍ୟନ୍ତ ଭଡ଼ା ବି ଦେଉଥିଲେ । ଏବେ ଏଡି ଜୋରିମାନା ସେହି ଯାତ୍ରୀମାନଙ୍କୁ ଦେବାକୁ ପଡିବ, ଯେଉଁମାନେ ବୋର୍ଡିଂ ଷ୍ଟେସନ ପରିବର୍ତ୍ତନ ନକରି ଅନ୍ୟ ଷ୍ଟେସନରୁ ଟ୍ରେନ୍ ଧରିବେ ।

ତେବେ ଆଇଆରସିଟିସି ଦ୍ୱାରା ଦିଆଯାଇଥିବା ସୁବିଧାର ଲାଭ ଉଠାଇବା ପାଇଁ ଆପଣଙ୍କୁ କିଛି ତଥ୍ୟ ଉପରେ ଗୁରୁତ୍ୱ ଦେବାକୁ ପଡିବ । ଯଦି ଆପଣ ଥରେ ବୋର୍ଡିଂ ଷ୍ଟେସନ ପରିବର୍ତ୍ତନ କରନ୍ତି, ତେବେ ୨ୟ ଥର ପରିବର୍ତ୍ତନ କରିବାକୁ ବିକଳ୍ପ ମିଳିବ ନାହିଁ । ଟ୍ରେନ୍ ଚାଲିବାର ୨୪ ଘଣ୍ଟା ପୂର୍ବରୁ ଆପଣଙ୍କୁ ବୋର୍ଡିଂ ପରିବର୍ତ୍ତନ କରିବାକୁ ପଡିବ ।

ବୋର୍ଡିଂ ପରିବର୍ତ୍ତନ କରିବାକୁ ସମୟ ଉପାୟ;

୧. ସର୍ବପ୍ରଥମେ ଆପଣ ଆଇଆରସିଟିସିର ଅଫିସିଆଲ୍ ୱେବସାଇଟ୍ https://www.irctc.co.in/nget/train-searchକୁ ଯାଆନ୍ତୁ ।

୨. ଲଗଇନ୍ ଓ ପାସୱାର୍ଡ ଏଣ୍ଟର କରନ୍ତୁ ଏବଂ ତାପରେ ‘Booking Ticket History’  କୁ ଯାଆନ୍ତୁ ।

୩. ଆପଣଙ୍କର ଟ୍ରେନ୍ ସିଲେକ୍ଟ କରନ୍ତୁ ଓ ‘change boarding point’ କୁ ଯାଆନ୍ତୁ ।

୪. ଏବେ ଏକ ନୂଆ ପେଜ୍ ଖୋଲିବ, ଡ୍ରପ୍ ଡାଉନରେ ସେହି ଟ୍ରେନ୍ ପାଇଁ ନୂଆ ବୋର୍ଡିଂ ଷ୍ଟେସନ୍ ସିଲେକ୍ଟ କରନ୍ତୁ ।

୫. ନୂଆ ଷ୍ଟେସନ୍ ସିଲେକ୍ଟ କରିବା ପରେ ସିଷ୍ଟମ୍ କନଫର୍ମେସନ୍ ପାଇଁ ପଚାରିବ । ବର୍ତ୍ତମାନ ଆପଣ ‘OK’ ଉପରେ କ୍ଲିକ୍ କରନ୍ତୁ ।

୬. ବୋର୍ଡିଂ ଷ୍ଟେସନ୍ ବଦଳାଇବା ପାଇଁ ଏକ SMS ଆପଣଙ୍କ ମୋବାଇଲରେ ଆସିଯିବ ।

Get real time updates directly on you device, subscribe now.