fbpx

ସରିବାକୁ ଯାଉଛି ସାତଦିନିଆ ଅବଧି: ତପସ୍ୱିନୀ-ସୁମିତ ସାତ ଜନମ ପାଇଁ ସାଥୀ ହୋଇ ରହିବେ, ତାଙ୍କୁ କେହି କେହି ଅଲଗା କରିପାରିବେ ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମୟ ଧୀରେଧୀରେ ଆଗେଇବା ସହ କୋର୍ଟଙ୍କ ନିର୍ଦ୍ଦେଶନାମାର ଅବଧି ମଧ୍ୟ ସରିବାକୁ ଯାଉଛି । ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କୁ କୋର୍ଟ ଦେଇଥିବା ସାତ ଦିନର କଣ୍ଟ ଇତିମଧ୍ୟରେ ପୂରିବାକୁ ଯାଉଛି । ମଝିରେ ରହିଲା ଆଉ ଗୋଟିଏ ଦିନ । ପୂର୍ବରୁ ତପସ୍ୱିନୀଙ୍କ ପକ୍ଷରୁ ଆଗତ କରାଯାଇଥିବା ପିଟିସନ ଉପରେ ଆସନ୍ତା ୯ ତାରିଖରେ ପକ୍ଷ ରଖିବେ ସୁମିତଙ୍କ ଓକିଲ । ଏଥିସହିତ ସାତଦିନ ପାଇଁ ଏକାଠି ରହିବା ପରେ ଦମ୍ପତିଙ୍କ ସମ୍ପର୍କରେ କ’ଣ ଅଗ୍ରଗତି ଘଟିଛି ସେନେଇ ରିପୋର୍ଟ ଦେବେ ଆସିକା ଆଇଆଇସି ଓ ସୁରକ୍ଷା ଅଧିକାରୀ ।

ତେବେ ୯ ତାରିଖରେ କ’ଣ ଘଟିବ ସେନେଇ ସମସ୍ତେ ଚାତକ ଭଳି ଚାହିଁ ରହିଛନ୍ତି । ପୂର୍ବରୁ ସୁମିତ ଓ ତାଙ୍କ ବାପା ପ୍ରମୋଦ ଡିଭୋର୍ସ ଚାହୁଁଥିବା କହିଥିଲେ । ଅପରପକ୍ଷେ ସୁମିତଙ୍କ ସହ ଏକାଠି ରହିବାକୁ ଚାହୁଁଥିବା ତପସ୍ୱିନୀ କହିଥିଲେ । ତେଣୁ ଏଭଳି ଦ୍ୱନ୍ଦ୍ୱ ପରିସ୍ଥିତିର ରେଜଲ୍ଟ କ’ଣ ହେବ ତାହା କହିବା ସତରେ କଷ୍ଟକର ବ୍ୟାପାର । ସତରେ କ’ଣ କୋର୍ଟଙ୍କ ଏଇ ୭ ଦିନିଆ ନିଷ୍ପତ୍ତି ମିରାକଲ୍ ପାଲଟିବ, ଆଉ ଏକାଠି ହୋଇଯିବେ ସୁମିତ-ତପସ୍ୱିନୀ? ଏହା ତ ସମସ୍ତେ ଚାହାଁନ୍ତି, କିନ୍ତୁ କାହା ହାତରେ କ’ଣ ଅଛି । ତେବେ ଜଟଣୀ ବିଧାୟକ ତଥା ସଭିଙ୍କ ପ୍ରିୟ ସୁରଭାଇ ଏହି ଦମ୍ପତିଙ୍କ ବନ୍ଧନ ଆଉ ଛିଡ଼ିବ ନାହିଁ ବୋଲି କହିଛନ୍ତି । ଏଥିସହ ଏହି କେସର ଶୁଣାଣି କରିଥିବା ଜଜଙ୍କୁ ସେ ଧନ୍ୟବାଦ ଅର୍ପଣ କରିଛନ୍ତି । ତେବେ ସୁମିତଙ୍କ ପରିବାର ଲୋକେ କ’ଣ ତପସ୍ୱିନୀଙ୍କୁ ବୋହୂ ଭାବେ ସବୁଦିନ ପାଇଁ ନିଜ ଘରକୁ ପାଛୋଟି ନେବେ, ସେଇଠି ହିଁ ଅଟକି ଯାଇଛି ଅସଲ ପ୍ରଶ୍ନ, ଯାହାର ଉଚିତ ଫଳାଫଳ ୯ ତାରିଖରେ ମିଳିବ ବୋଲି ରାଜ୍ୟବାସୀ ଆଶା ବାନ୍ଧି ବସିଛନ୍ତି ।

Get real time updates directly on you device, subscribe now.