fbpx

‘କ୍ୟାଟଭିକି’ଙ୍କ ମ୍ୟାରେଜ ପାର୍ଟିରେ ଯୋଗଦେବେ ବଲିଉଡର କେବଳ ୯ ଜଣ ସେଲିବ୍ରେଟି: ଲିଷ୍ଟରେ ଅକ୍ଷୟ ଓ ସଲମନଙ୍କ ନାଁ ନାହିଁ

ନୂଆଦିଲ୍ଲୀ: ବର୍ତ୍ତମାନ ବଲିଉଡର ଟ୍ରେଣ୍ଡିଂ ଯୋଡ଼ି କ୍ୟାଟ୍ରିନା କୈଫ ଓ ଭିକି କୌଶଲଙ୍କ ମ୍ୟାରେଜକୁ ନେଇ ଚାଲିଛି ସବୁଆଡ଼େ ଚର୍ଚ୍ଚା । କେବେ ଓ କେଉଁଠି ବାହାଘର ହେବ, କିପରି ଡେକୋରେସନ ରହିବ, କେଉଁ ସେଲିବ୍ରେଟିମାନେ ଯୋଗଦେବେ ତାହାକୁ ନେଇ ଚାରିଆଡ଼େ ଆଲୋଚନା ହେଉଛି । ତେବେ କ୍ୟାଟଭିକିଙ୍କ ମ୍ୟାରେଜ ପାର୍ଟିରେ ବଲିଉଡର ମାତ୍ର ୯ ଜଣ ତାରକା ଯୋଗଦେବେ, ଯେଉଁ ଲିଷ୍ଟରେ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ଓ ଭାଇଜାନ୍ ସଲମନ ଖାନଙ୍କ ନାଁ ନାହିଁ । ଏହାକୁ ନେଇ ସମସ୍ତେ ହତବାକ୍ ହୋଇଯିବା ସହ ଏହା ପଛର କାରଣ ସର୍ଚ୍ଚ କରିବାରେ ଲାଗିଛନ୍ତି ।

ସୂଚନା ମୁତାବକ, ମ୍ୟାରେଜ ପାର୍ଟିରେ କରନ ଜୋହର ଓ ଫରାହ ଖାନଙ୍କ ପରି ବଡ଼ ବଡ଼ ହସ୍ତୀମାନେ ଯୋଗଦେବା ସହ ମାତ୍ର ୧୨୦ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ବଲିଉଡ ଇଣ୍ଡଷ୍ଟ୍ରିର କେବଳ ୯ ଜଣଙ୍କ ନାମ ଏହି ଲିଷ୍ଟରେ ରହିଛି । ସେମାନଙ୍କ ମଧ୍ୟରେ ନିତ୍ୟା ମେହରା, ଅଙ୍ଗଦ ଧୂପିଆ, ଶାରବରୀ ବାଘ, କବୀର ଖାନ, ଅଙ୍ଗିରା ଧର, ଡାକ୍ତର ଜ୍ୱେଲ ଗମାଡିଆ, ୟାସମୀନ କରାଚୀୱାଲା, ଅମିତ ଠାକୁର, ଡେନିୟଲ ରହିଛନ୍ତି । ସୂଚନାଯୋଗ୍ୟ ଯେ, ଆସନ୍ତା ୯ ତାରିଖରେ କ୍ୟାଟଭିକି ବିବାହ କରିବାକୁ ଯାଉଥିବା ବେଳେ ଆଜିଠାରୁ ପ୍ରି-ୱେଡିଂ ସେରିମୋନି ଆରମ୍ଭ ହୋଇଯାଇଛି । ଅନ୍ୟପକ୍ଷରେ କ୍ୟାଟ୍ରିନାଙ୍କର ଉଭୟ ସଲୁ ଓ ଅକ୍ଷୀଙ୍କ ସହ ଭଲ ସମ୍ପର୍କ ରହିଥିବା ବେଳେ ସେମାନଙ୍କ ନାମ ଗେଷ୍ଟ ଲିଷ୍ଟରେ ନଥିବାରୁ ଫ୍ୟାନ୍ସଙ୍କୁ ଏହା ନିରାଶ କରିଛି ।

Get real time updates directly on you device, subscribe now.