fbpx

ଗୃହରେ ଆଇନ ମନ୍ତ୍ରୀଙ୍କ ଜବାବ୍, କହିଲେ-‘ହାଇକୋର୍ଟରେ ପଡିଛି ଦେଢ଼ ଲକ୍ଷ ମାମଲା’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାଇକୋର୍ଟରେ ପଡ଼ିରହିଛି ଦେଢ଼ ଲକ୍ଷରୁ ଅଧିକ ମାମଲା । ଏନେଇ ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ଦେଇଛନ୍ତି । ହାଇକୋର୍ଟରେ ୧ ଲକ୍ଷ ୮୭ ହଜାର ୨୮ଟି ମାମଲା ପଡ଼ି ରହିଛି । ଜିଲ୍ଲା କୋର୍ଟରେ ୧୭ ଲକ୍ଷ ୬୮ ହଜାର ୭୦୪ ମାମଲା ପଡି ରହିଛି । ୩ ବର୍ଷରେ ୮ ଲକ୍ଷ ୯୫ ହଜାର ୪୧୨ଟି ମାମଲାର ଫଇସଲା ହୋଇଛି । ଏନେଇ ଆଜି ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ଦେଇଛନ୍ତି ।

ତେବେ ବିଧାନସଭାର ଷଷ୍ଠ ଦିନରେ ବି ଚାଲିପାରିଲାନି ଗୃହ । ଗୃହ ମଧ୍ୟଭାଗରେ ନାରାବାଜି କରିଥିଲେ ବିରୋଧୀ । ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି କରିଥିଲେ । ଗୃହରେ ପ୍ଲାକାର୍ଡ ଧରି କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଥିଲେ । ଗୃହରେ ଘଣ୍ଟ ବଜାଇ ବିଜେପି ବିଧାୟକ ପ୍ରତିବାଦ କରିଥିଲେ । ଦର ବୃଦ୍ଧି ପତିବାଦରେ ବିଧାନସଭା ପରିଷଦ ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ବିଧାୟକ ଧାରଣା ଦେଇଥିଲେ । ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Get real time updates directly on you device, subscribe now.