fbpx

Masked Aadhaar Card ପାଖରେ ଥିଲେ ଆପଣଙ୍କୁ ଠକ ତ ଠକ ମହାଠକ ବି ଛୁଇଁ ପାରିବ ନାହିଁ: ଜାଣନ୍ତୁ ଏହା ଡାଉନଲୋଡ୍ କରିବାର ପ୍ରୋସେସ୍

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ସରକାରୀ କାର୍ଯ୍ୟରେ ଆଧାର କାର୍ଡ ନିହାତି ଜରୁରୀ ହୋଇପଡ଼ିଛି । ପରିଚୟ ପତ୍ର ଠାରୁ ଆରମ୍ଭ କରି ବ୍ୟାଙ୍କରେ ଖାତା ଖୋଲିବା, ପାସପୋର୍ଟ ତିଆରି କରିବା, ସରକାରୀ ଯୋଜନାର ଫାଇଦାର ଉଠାଇବା ପାଇଁ ଏହାକୁ ବ୍ୟବହାର କରାଯାଏ । କାର୍ଡରେ ସାଧାରଣତଃ ୧୨ ଅଙ୍କ ବିଶିଷ୍ଟ ୟୁନିକ ନମ୍ବର ରହିଥାଏ । ଏହି ୧୨ ଅଙ୍କରେ କାର୍ଡଧାରୀଙ୍କ ପରିଚୟ ପାଇଁ ସମ୍ପୂର୍ଣ୍ଣ କୁଣ୍ଡଳୀ ପ୍ରଦାନ କରାଯାଇଛି । ତେବେ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହୋଇଥିବାରୁ ଏହାର ବ୍ୟବହାର ନେଇ ସଚେତନ ରହିବା ଦରକାର ।

ତେବେ ବିଭିନ୍ନ ସମୟରେ କାର୍ଡର ଦୂରୁପଯୋଗ ହେଉଥିବାରୁ ସରକାରଙ୍କ ପକ୍ଷରୁ ଏବେ ମାସ୍କଡ ଆଧାର କାର୍ଡ ଆସିଯାଇଛି । ଏହି କାର୍ଡରେ କେବଳ ୪ଟି ଅଙ୍କ ଦୃଶ୍ୟମାନ ହେବା ସହ ୮ଟି ଅଙ୍କ ଲୁଚି ରହିଥାଏ । ଫଳରେ ଯଦି କୌଣସି ସମୟରେ ଜଣେ ଅଜଣା ବ୍ୟକ୍ତି ହାତରେ ଆପଣଙ୍କ କାର୍ଡ ପଡ଼େ, ତେବେ ସେ କ୍ଷେତ୍ରରେ ଆପଣଙ୍କର କୌଣସି କ୍ଷତିସାଧନ ହେବ ନାହିଁ । ଆପଣ ମଧ୍ୟ ମାସ୍କଡ ଆଧାର କାର୍ଡ ତିଆରି କରିପାରିବେ ।

୧- ପ୍ରଥମେ ୟୁଆଇଡିଏଆଇ ୱେବସାଇଟ୍ www.uidai.gov.inକୁ ଯାଇ ‘ଆଧାର କାର୍ଡ ଡାଉନଲୋଡ୍ କରେ’ ଅପ୍ସନକୁ କ୍ଲିକ କରନ୍ତୁ । ଏବେ ଆଧାର/ଭିଆଇଡି/ନାମାଙ୍କନ ଆର୍ଡ ଅପ୍ସନ ଚୟନ କରନ୍ତୁ ।

୨- ଏହାପରେ ମାସ୍କଡ ଆଧାର କାର୍ଡ ଅପ୍ସନରେ କ୍ଲିକ କରି ଜରୁରୀ ତଥ୍ୟ ଦିଅନ୍ତୁ । ଏହାପରେ ‘ରିକୁଏଷ୍ଟ ଓଟିପି’ରେ କ୍ଲିକ କରିବା ପରେ ଆପଣଙ୍କ ମୋବାଇଲକୁ ଓଟିପି ଆସିଯିବ ।

୩- ଓଟିପି ଦର୍ଜ କରିବା ପରେ କିଛି ତଥ୍ୟ ଦେବାକୁ ପଡ଼ିବ । ଏହାପରେ ଆପଣ ନିଜର ମାସ୍କଡ୍ ଆଧାର କାର୍ଡ ଡାଉନଲୋଡ୍ କରିପାରିବେ ।

Get real time updates directly on you device, subscribe now.