fbpx

IAS ସ୍ତରରେ ବଡ ଧରଣର ଅଦଳବଦଳ

Advertisement

ଭୁବନେଶ୍ୱର,୧ ।୧(ଓଡିଶା ଭାସ୍କର): ଆଇଏଏସ ସ୍ତରରେ ଆଜି ବଡ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବଳୱନ୍ତ ସିଂ ହୋଇଛନ୍ତି ଓଡିଶା ଖଣି ନିଗମର ଏମଡି । ସେହିପରି କେନ୍ଦ୍ରାପଡାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପୁରୀର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ମିଳିଛି ।

ଏହା ସହ ପାରୁଲ ପଟୁଆରି ହୋଇଛନ୍ତି ପୂର୍ତ୍ତ ବିଭାଗର ଡେପୁଟି ସଚିବ । ଅମ୍ରିତ ଋତୁରାଜ ହୋଇଛନ୍ତି କେନ୍ଦ୍ରପଡାର ନୂଆ ଜିଲ୍ଲାପାଳ । ଯାଜପୁରର ପିଡିଡିଆରଡିଏ ହୋଇଛନ୍ତି ବିଶାଲ ସିଂ । ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ପ୍ରମୋଦ ବେହେରା । ସରୋଜ କୁମାର ମିଶ୍ର ହୋଇଛନ୍ତି ରାୟଗଡର ଜିଲ୍ଲାପାଳ ।

Get real time updates directly on you device, subscribe now.