fbpx

ଡିସେମ୍ବରରେ ହେବାକୁ ଯାଉଛି ଏହି ସବୁ ବଡ ପରିବର୍ତ୍ତନ, ଆପଣଙ୍କ ଜୀବନରେ ପକାଇବା ବଡ ପ୍ରଭାବ

ନୂଆଦିଲ୍ଲୀ: ଡିସେମ୍ବରରୁ ଅନେକ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ଦୈନନ୍ଦୀନ ଜୀବନ ଉପରେ ପଡିବ। ଘରୋଇ ସିଲିଣ୍ଡରର ଦାମ ହ୍ରାସ ପାଇପାରେ। ଶୀତ ଋତୁ କାରଣରୁ ଅନେକ ଟ୍ରେନର ସମୟ ପରିବର୍ତ୍ତନ ହୋଇପାରେ। ଜୀବନ ପ୍ରମାଣପତ୍ର ଜମା ନକଲେ ପେନସନଭୋଗୀଙ୍କୁ ସମସ୍ୟା ହୋଇପାରେ। ଆସନ୍ତୁ ଜାଣିବା ଡିସେମ୍ବର ମାସରେ କଣ କଣ ବଦଳିବାକୁ ଯାଉଛି…

ଏଟିଏମରୁ ପଇସା କାଢିବା ଆହୁରି ସୁରକ୍ଷିତ ହେବ:ବର୍ତ୍ତମାନ ସମୟରେ ଆମେ ଏଟିଏମରୁ ଯେଉଁଭଳି ଭାବେ ଟଙ୍କା କାଢୁଛନ୍ତି, ସେଥିରେ ଜାଲିଆତି ହେବାର ଆଶଙ୍କା ରହିଥାଏ। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମରୁ ନଗଦ କାଢିବା ପ୍ରକ୍ରିୟାରେ ପରିବର୍ତ୍ତନ ହେବାକୁ ଯାଉଛି। ଏବେ ଏଟିଏମ କାର୍ଡ ଲଗାଇବା ମାତ୍ରେ ଆପଣଙ୍କ ନମ୍ବରକୁ ଏକ ଓଟିପି ଆସିବ। ଏହି  ଓଟିପିକୁ ଏଟିଏମ ସ୍କ୍ରିନରେ ଦେଇଥିବା କଲମରେ ଲେଖିବାକୁ ପଡିବ। ଏହା ପରେ ହିଁ ଆପଣ ଟଙ୍କା କାଢି ପାରିବେ। ଅନେକ ବ୍ୟାଙ୍କ ମଧ୍ୟ ଏହି ବ୍ୟବସ୍ଥା କରିବା ଉପରେ ବିଚାର କରୁଛନ୍ତି।

ଜୀବନ ପ୍ରମାଣ ପତ୍ର ନଦେଲେ ପେନସନ ମିଳିବା ମୁସ୍କିଲ:ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣ ପତ୍ର ଅର୍ଥାତ ଲାଇଫ ସାର୍ଟିଫିକେଟ୍ ଜମା କରିବାର ଶେଷ ତାରିଖ ହେଉଛି ୨୦୨୨ ନଭେମ୍ବର ୩୦। ଏମିତିରେ ଯଦି ଚଳିତ ମାସ ଶେଷ ସୁଦ୍ଧା ନିଜର ଜୀବନ ପ୍ରମାଣପତ୍ର ଜମା କରି ନାହାନ୍ତି ତେବେ ଡିସେମ୍ବର ୧ରେ ଏହି କାମ କରିବାରେ ଅସୁବିଧା ହୋଇପାରେ। ଯଦି ଠିକ୍ ସମୟରେ ଲାଇଫ ସାର୍ଟିଫିକେଟ୍ ଜମା ନକରନ୍ତି ତେବେ ପେନସନ ରାଶି ମିଳିବା ମୁସ୍କିଲ ହୋଇପାରେ।

ବଦଳିପାରେ ଏଲପିଜି ଦାମ:ଗତ ମାସରେ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦାମ ହ୍ରାସ ହୋଇଥିଲା। ଏଥର ଘରୋଇ ସିଲିଣ୍ଡରର ଦାମ କମ ହୋଇପାରେ। ଅକ୍ଟୋବର ମାସର ତଥ୍ୟ ଅନୁଯାୟୀ, ଖୁଚୁରା ମହଙ୍ଗା ସେକ୍ଟରରେ ଦାମ କମିବାର ସଙ୍କେତ ମିଳୁଛି। ତେଣୁ ଆଶା କରାଯାଉଛି ସିଏନଜି ଏବଂ ପିଏନଜି ଦାମରେ ମଧ୍ୟ ହ୍ରାସ ଘଟିପାରେ। ଡିସେମ୍ବର ୧ରେ ଯାଇ ଏହା ଜଣା ପଡିବ।

ବଦଳିବ ଟ୍ରେନ ସମୟ:ଡିସେମ୍ବରରେ ଦେଶର ଅଧିକାଂଶ ଅଞ୍ଚଳରେ ଥଣ୍ଡା ସହିତ କୁହୁଡି ବଢିବାରେ ଲାଗିଛି। ଏଥିରେ ଟ୍ରେନ ଯାତାୟତରେ ସମସ୍ୟା ହେଉଛି। ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ନିଜର ସମୟ ସାରଣୀରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ନୂତନ ସମୟ ସାରଣୀ ଅନୁସାରେ ଟ୍ରେନର ସଞ୍ଚାଳନ କରାଯିବ। କେଉଁ ଟ୍ରେନର ସମୟ ସାରଣୀରେ ପରିବର୍ତ୍ତନ ଘଟିଛି ଏହାର ସୂଚନା ଡିସେମ୍ବର ୧ରୁ ମିଳିଯିବ।

୧୩ ଦିନ ବ୍ୟାଙ୍କ ବନ୍ଦ ରହିବ:ଡିସେମ୍ଵର ମାସରେ ମୋଟ୍ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ। ଏଥିରେ ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ଓ ରବିବାରର ଛୁଟି ସାମିଲ୍। ଚଳିତ ମାସରେ କ୍ରିସମାସ, ବର୍ଷର ଶେଷ ଦିନ ଡିସେମ୍ବର ୩୧ ଏବଂ ଗୁରୁ ଗୋବିନ୍ଦ ସିଂଙ୍କ ଜୟନ୍ତୀ ମଧ୍ୟ ପଡୁଛି।

Get real time updates directly on you device, subscribe now.