fbpx

NAAC ମାନ୍ୟତା ନିୟମରେ ପରିବର୍ତ୍ତନ: ରହିବନି ଗ୍ରେଡେସନ ଲାଗୁହେବ ଲେବଲ ସିଷ୍ଟମ

ନୂଆଦିଲ୍ଲୀ: ଦେଶରେ ବଦଳିବ ନାକ୍ ମାନ୍ୟତାର ନିୟମ । ଏଣିକି ବିଶ୍ୱ ବିଦ୍ୟାଳୟ ଓ କଲେଜ ଗୁଡିକରେ ସ୍ୱକୃତି ଓ ଅଣ ସ୍ୱୀକୃତି ମାନ୍ୟତା ପାଇଁ ନାକ୍‌‌ରେ ଆବେଦନ କରିବେ। ସ୍ୱୀକୃତି ପାଇବା ପରେ କଲେଜ ଲେଭଲ ୫ରୁ ଲେଭଲ ୧ ଯାଏ ବିଶ୍ୱବିଦ୍ୟାଳୟ କରିଥିବା ଉନ୍ନତିମୂଳକ କାର୍ୟ୍ୟ ଏବଂ ପରାମିଟର ଉପରେ ଲାଗୁ କରାଯିବ। ସବୁ ବିଶ୍ୱ ବିଦ୍ୟାଳୟ ଓ କଲେଜ ପାଇଁ ଏ ନିୟମ ଲାଗୁ ହେବ ।

ସୂଚନା ଅନୁସାରେ, ଏଥର ନ୍ୟାସନାଲ ଆସେସ୍‌‌ମେଣ୍ଟ ଆଣ୍ଡ ଆକ୍ରିଡେସନ୍‌‌ କାଉନସିଲ୍‌‌ (ନାକ୍‌‌) ମାନ୍ୟତା ନିୟମ ପରିବର୍ତ୍ତନ ହେବ । ପୂର୍ବ ପରିଥିବା ଗ୍ରେଡେସନ ବ୍ୟବସ୍ଥାକୁ ବନ୍ଦ କରାଯାଇ ଲେଭଲ ମାନ୍ୟତା ଲାଗୁ କରାଯିବ । ଏଣିକି ସ୍ବୀକୃତ ଓ ଅଣସ୍ବୀକୃତ ଆକ୍ରିଡେସନକୁ ମିଳିବ ମାନ୍ୟତା -ସମଗ୍ର ଭାରତରେ ଲାଗୁ ହେବ, ଜାନୁ୍ଆରୀରୁ ଲାଗୁ ହେବ ଲେବଲ୍‌ ସିଷ୍ଟମ୍‌ । ନାକ୍‌ର ସଂସ୍କାରରେ ଆଉ ଟିମ୍‌ ଉପସ୍ଥିତ ରହିବେ ନାହିଁ -ଭର୍ଚୁଆଲ ଓ ଦସ୍ତାବିଚ୍‌ ଆଧାରରେ ହେବ ନାକ୍‌ର ଯାଞ୍ଚ । ଏ ପ୍ରସଙ୍ଗରେ ନାକର ଅଧ୍ୟକ୍ଷ ପ୍ରଫେସର ଅନୀଲ ଡି ସହସ୍ରବୁଦ୍ଧେ ତଥ୍ୟ ପ୍ରଦାନ କରିଛନ୍ତି ।

 

Get real time updates directly on you device, subscribe now.