ନୂଆଦିଲ୍ଲୀ: ସାରା ବିଶ୍ୱରେ ଅନେକ ଉପଭୋକ୍ତା OpenAIର ଲୋକପ୍ରିୟ ଚାଟବଟ୍ ChatGPT ଆକ୍ସେସ୍ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସକାଳୁ ସକାଳୁ ହିଁ ଉପଭୋକ୍ତାମାନେ ଏନେଇ ଅଭିଯୋଗ କରିବା ଜାରି ରଖିଛନ୍ତି ।
ସଂଯୋଗ କରିବାକୁ ଚେଷ୍ଟା କରିବା ସମୟରେ ବ୍ୟବହାରକାରୀମାନେ ଇଣ୍ଟରନେସନାଲ ସର୍ଭର ଏରର ଏବଂ ବେଡ୍ ଗେଟଓ୍ବେ ଆସୁଥିବା ରିପୋର୍ଟ କରିଛନ୍ତି । X ଏବଂ Downdetector ରେ ChatGPT ବିଭ୍ରାଟ ରିପୋର୍ଟ କରାଯାଉଛି । ଅନେକ ୟୁଜର୍ସ ଏହା ବିଷୟରେ ମିମ୍ ସେୟାର କରୁଛନ୍ତି ।
ତଥ୍ୟ ଦର୍ଶାଉଛି ଯେ ପ୍ରାୟ ସନ୍ଧ୍ୟା 5 ଟାରୁ ଅଧିକ ଡାଉନ ଆରମ୍ଭ ହୋଇଥିଲା। ଏହି ବିଭ୍ରାଟ ଛାତ୍ରଙ୍କଠାରୁ ଗବେଷକ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଭାବିତ କରିଥିଲା। ଗତ ଦୁଇ ମାସ ମଧ୍ୟରେ ଏହା ଚତୁର୍ଥ ଥର ଯେତେବେଳେ ବ୍ୟବହାରକାରୀମାନେ ChatGPT ଆକ୍ସେସ୍ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।
Google Trendsରେ ChatGPTର ସ୍ଥିତି-ଚାଟଜିପିଟି ଗୁଗୁଲରେ ମଧ୍ୟ ବହୁତ ଟ୍ରେଣ୍ଡ କରୁଛି । ଏହି ଖବର ଲେଖାଯିବା ପର୍ଯ୍ୟନ୍ତ ଏହାକୁ ପ୍ରାୟ 2 ଲକ୍ଷ ସନ୍ଧାନ କରାଯାଇଛି । ବ୍ୟବହାରକାରୀମାନେ Google ରେ ChatGPT ଡାଉନ୍, ChatGPT ସର୍ଭର କିମ୍ବା OpenAI ସର୍ଭର ପରି ଜିନିଷଗୁଡ଼ିକ ସନ୍ଧାନ କରୁଛନ୍ତି । ଏହା ବ୍ୟତୀତ ଗୁଗୁଲରେ ଜେମିନିକୁ ମଧ୍ୟ ବହୁତ ସର୍ଚ୍ଚ କରାଯାଉଛି ।
କହିରଖୁଛୁକି, କମ୍ପାନୀ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ଘୋଷଣା କରାଯାଇ ନାହିଁ ।