ChatGPTର Ghibli ଫିଚର ଉପରେ ଉଠିଲା ପ୍ରଶ୍ନ, ୟୁଜର୍ସଙ୍କ ପ୍ରାଇଭେଟ ଫଟୋ ହୋଇପାରେ ଅପବ୍ୟବହାର
..ର ନୂଆ ଇମେଜ ଜେନେରେସନ ଟୁଲରେ ଆସୁଥିବା .. ଆର୍ଟ ଫିଚରରେ ଅନେକ ସିକ୍ୟୁରିଟି ଏକ୍ସପର୍ଟସ ପ୍ରଶ୍ନ ଉଠାଇଛନ୍ତି।
ନୂଆଦିଲ୍ଲୀ: ଚାଟଜିପିଟିର Studio Ghibil ଇମେଜ ଜେନେରେସନ ଫିଚରର ସୋସିଆଲ ମିଡିଆ ୟୁଜର୍ସ ଫ୍ୟାନ ହୋଇଯାଇଛନ୍ତି। ୨୬ ମାର୍ଚ୍ଚରେ ଲଞ୍ଚ ହୋଇଥିବା ଏହି ସର୍ଭିସ ଗତ କିଛି ଦିନରେ ସୋସିଆଲ ମିଡିଆରେ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଛି।
ଲକ୍ଷ ଲକ୍ଷ ସଂଖ୍ୟାରେ ୟୁଜର୍ସ ଏହି ଟୁଲର ବ୍ୟବହାର କରି ନିଜ ଫଟୋକୁ Ghibil ଭଳି ଆନିମେଟେଡ କରିବାକୁ ଲାଗିଛନ୍ତି। ଏହି କାରଣରୁ କାଲି ଅର୍ଥାତ ମାର୍ଚ୍ଚ ୩୦ ସଂଧ୍ୟା ୪ଟା ପାଖାପାଖି ଚାଟଜିପିଟିର ସର୍ଭର କ୍ରାଶ ହୋଇଛି।
ସାଇବର ଏକ୍ସପର୍ଟସଙ୍କ ଚେତାବନୀ: Ghibil ଇଫେକ୍ଟସ କରୁଥିବା ଲୋକଙ୍କୁ ସାଇବର ଏକ୍ସପର୍ଟସ ଚେତାବନୀ ଜାରି କରିଛନ୍ତି। ଓପେନଏଆଇର ଏହି ଏଆଇ ଆର୍ଟ ଜେନେରେଟର କାରଣରୁ ୟୁଜର୍ସଙ୍କ ପ୍ରାଇଭେଟ ଫଟୋକୁ ସୁରକ୍ଷିତ ରଖିବା ଏକ ବଡ଼ ବିପଦ ହୋଇପାରେ।
ଅନେକ ଏକ୍ସପର୍ଟସ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଟୁଲକୁ ନେଇ ସାଇବର ସିକ୍ୟୁରିଟିର ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଏହି ଟ୍ରେଣ୍ଡର କାରଣରୁ ଚାଟଜିପିଟିକୁ ଲୋକଙ୍କର ଅନେକ ପ୍ରାଇଭେଟ ଫଟୋର ଆକ୍ସେସ ମିଳିଯିବ। ଯାହାକୁ ସେ ଏଆଇ ମଡେଲ୍ସକୁ ଟ୍ରେନ୍ କରିବାରେ ବ୍ୟବହାର କରିପାରେ।
ଟ୍ରେଣ୍ଡ ଯୋଗୁଁ ଅନେକ ୟୁଜର୍ସ ନିଜର ପ୍ରାଇଭେଟ ଫଟୋ ସହ ୟୁନିକ ଫେସିଆଲ ଡାଟା ମଧ୍ୟ ଓପେନଏଆଇ ସହ ସେୟାର କରୁଛନ୍ତି। ଏହା ଆଗାମୀ ପରିସ୍ଥିତିରେ ବିପଦ ହୋଇପାରେ।
ଜଣେ ସାଇବର କ୍ରିଟିକ୍ସର ବିଶ୍ୱାସ ରହିଛି ଯେ, ଓପେନଓଆଇର ଏହି ଡାଟା କଲେକ୍ସନ ଆପ୍ରୋଚ ଏଆଇ କପିରାଇଟ ମାମଲାକୁ ବାଇପାସ କରିପାରେ।
🚨 Most people haven’t realized that the Ghibli Effect is not only an AI copyright controversy but also OpenAI’s PR trick to get access to thousands of new personal images; here’s how:
To get their own Ghibli (or Sesame Street) version, thousands of people are now voluntarily… pic.twitter.com/zBktscNOSh
— Luiza Jarovsky (@LuizaJarovsky) March 29, 2025