fbpx

Android ଫୋନ ପାଇଁ ଆସିଲା ChatGPT: ଭାରତୀୟମାନେ କିପରି କରିବେ App ଡାଉନଲୋଡ୍ ଓ ଲଗିନ

ନୂଆଦିଲ୍ଲୀ: ଚାଟଜିପିଟି ଏବେ ଆଣ୍ଡ୍ରଏଡ ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହୋଇସାରିଛି । ଏଣିକି ଆଣ୍ଡ୍ରଏଡ ୟୁଜର୍ସ ଗୁଗଲ ପ୍ଲେ ଷ୍ଟୋରରୁ ଏହାକୁ ଡାଉନଲୋଡ଼ କରି ପାରିବେ । ଚାଟଜିପିଟି ଏକ ଚାଟବୋଟ ହୋଇଥିବା ବେଳେ ଏହାକୁ ଆମେରିକୀୟ କମ୍ପାନୀ ଓପନ ଏଆଇ ତିଆରି କରିଛି । ଏହା ଏକ ପ୍ରକାରର ଚାଟବୋଟ ହୋଇଥିବା ବେଳେ ଏହା ଲୋକଙ୍କର ଜବାବ ଦେଇ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି ।

ଆମେରିକୀୟ କମ୍ପାନୀ ଓପନ ଏଆଇ ଚାଟଜିପିଟିର ଆଣ୍ଡ୍ରଏଡ ଭର୍ସନ ଲଞ୍ଚ କରିଦେଇଛି । ଏହା ପୂର୍ବରୁ ଚାଟଜିପିଟିର ଅଫିସିଆଲ ଆପ ଆଇଓଏସ ଅର୍ଥାତ ଆଇଫୋନ ପାଇଁ ଏହା ଉପଲବ୍ଧ ରହିଥିଲା । ମାତ୍ର ଏବେ ଚାଟଜିପିଟି ଆପ ଆଣ୍ଡ୍ରଏଡ ୟୁଜର୍ସ ମଧ୍ୟ ବ୍ୟବହାର କରିପାରିବେ । ଓପନ ଏଆଇ ବର୍ତ୍ତମାନ କିଛି ଦେଶ ପାଇଁ ଚାଟଜିପିଟିର ଆପ ଆଣ୍ଡ୍ରଏଡ୍ ଫୋନ୍ ପାଇଁ ଲଞ୍ଚ କରିଛି, ସେହି ଦେଶଗୁଡ଼ିକ ମଧ୍ୟରେ ଭାରତ ମଧ୍ୟ ସାମିଲ ରହିଛି ।

ଏନେଇ କମ୍ପାନୀ ଏକ ଟ୍ୱିଟ କରି କହିଛି, ଚାଟଜିପିଟି ଫର ଆଣ୍ଡ୍ରଏଡ ଏବେ ଆମେରିକା, ଭାରତ, ବାଂଲାଦେଶ ଓ ବ୍ରାଜିଲ ଆଦି ଦେଶ ପାଇଁ ଉପଲବ୍ଧ ହେବ । ଆସନ୍ତା ସପ୍ତାହରେ ଅନ୍ୟ ଦେଶଗୁଡ଼ିକ ପାଇଁ ଏହାକୁ ଜାରି କରାଯିବ । ତରତର ହୋଇ ଆପଣ ଫର୍ଜି ଆପ ଡାଉନଲୋଡ୍ କରିବାର ସମ୍ଭାବନା ରହିଛି । ଆପଣମାନେ ପ୍ଲେ ଷ୍ଟୋରକୁ ଯାଇ ଚାଟଜିପିଟି ଉପରେ ଲେଖିବା ପରେ କିଛି ଫେକ୍ ଆପ୍ ଦେଖାଯିବ । ଏହି ସବୁ ଆପ୍ ଚାଟଜିପିଟି ପରି ଦେଖାଯିବ । ତେଣୁ ଆପଣମାନେ ଭୁଲ୍ କରନ୍ତୁ ନାହିଁ ।

ତଳେ ଦିଆଯାଇଥିବା ସ୍କ୍ରିନ ଶଟରୁ ଆପଣମାନେ ଅସଲି ଓ ନକଲି ଆପ୍ ଚିହ୍ନି ପାରିବେ । ଅସଲି ଚାଟଜିପିଟି ଆପର ଆଇକନ ବ୍ଲାକ କଲର ଅଟେ । ସେଠାରେ ଆପଣ କ୍ଲିକ କରିବା ପରେ ଆପଣଙ୍କୁ ଚାଟଜିପିଟିର ତଳେ ଓପନ ଏଆଇ ଲେଖା ଦେଖାଯିବ । ଯଦି ଆପଣଙ୍କୁ ଚାଟଜିପିଟି ବ୍ୟବହାର କରିବାର ଅଛି ତେବେ ଆପଣ କେବଳ ଏହି ଆପକୁ ଡାଉନଲୋଡ୍ କରନ୍ତୁ, ଅନ୍ୟ ସବୁ ନକଲି । ଆପ୍ ଡାଉନଲୋଡ୍ କରିବା ପରେ ଆପଣମାନେ ଇ-ମେଲ ଆଇଡି ମାଧ୍ୟମରେ ପାସୱାର୍ଡ କ୍ରିଏଟି କରି ଲଗିନ୍ କରିପାରିବେ ।

Get real time updates directly on you device, subscribe now.