fbpx
BSKY
BJD SHG SKY
BJD YOUTH SKY

ଚେକ୍ ବାଉନ୍ସ ମାମଲା: ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ

ନୂଆଦିଲ୍ଲୀ: ବଲିଉଡ଼ର ଜଣାଶୁଣା ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ଚେକ୍ ବାଉନ୍ସ ମାମଲାରେ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତିି କୋର୍ଟ । ଏହା ସହ ଜୋରିମାନ ବାବଦକୁ ତାଙ୍କୁ ୨ କୋଟି ଟଙ୍କା ଜମା କରିବାକୁ କୋର୍ଟ ଆଦେଶ ଦେଇଛନ୍ତି । ତେବେ ଏହି ଦଣ୍ଡାଦେଶ ବିପକ୍ଷରେ ଆବେଦନ କରିବା ପାଇଁ କୋର୍ଟ ସନ୍ତୋଷଙ୍କୁ ୩୦ ଦିନ ସମୟ ଦେଇଛନ୍ତି ।

ସୂଚନାରୁ ପ୍ରକାଶ ରାଜକୁମାର ସନ୍ତୋଷୀ ଏକ ଫିଲ୍ମ ପ୍ରୋଜେକ୍ଟ ପାଇଁ ଜାମନଗରର ବ୍ୟବସାୟୀ ଅଶୋକ ଲାଲଙ୍କ ଠାରୁ ୧ କୋଟି ଟଙ୍କା ଋଣ ନେଇଥିଲେ । କିନ୍ତୁ ପରେ ସେ ଏହି ଟଙ୍କା ଫେରସ୍ତ କରିନଥିଲେ । ଏହାକୁ ନେଇ ଅଶେକ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ପରବର୍ତ୍ତୀ ସମୟରେ ଏହି ମାମଲାର ଶୁଣାଣି କରି ସନ୍ତୋଷୀଙ୍କ ବିରୋଧରେ ଦିଲ୍ଲୀ ସ୍ଥିତ ଜାମନଗରର କୋର୍ଟ ଶନିବାର ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଚେକ୍ ବାଉନ୍ସ ମାମଲାରେ କୋର୍ଟ ତାଙ୍କୁ ଚେକ୍ ରାଶିର ୨ ଗୁଣା ଅର୍ଥାତ ୨ କୋଟି ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାଲାମରେ ୨୦୧୯ ମସିହାରେ ଜାମନଗର କୋର୍ଟ ରାଜକୁମାରଙ୍କୁ ଶୁଣାଣି ପାଇଁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେ ହାଜର ହୋଇନଥିଲେ। ଏହି ମାମଲାରେ ୧୮ ଥର ଶୁଣାଣି ହୋଇଥିଲେ ହେଁ ରାଜକୁମାର କୋର୍ଟରେ ଥରୁଟିଏ ବି ହାଜର ହୋଇନଥିଲେ। ପ୍ରାରମ୍ଭରେ ଚେକ୍‌ ବାଉନ୍ସ ହେବା ପରେ ରାଜକୁମାରଙ୍କୁ ୧୫ ହଜାର ଟଙ୍କା ଦେବାକୁ ଜାମନଗର କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୬୭ ବର୍ଷୀୟ ଫିଲ୍ମ ନିର୍ମାତା ସନ୍ତୋଷୀ ‘ଘାୟଲ’, ‘ଘାତକ’ ଓ ‘ଦାମିନୀ’, ‘ଅଜବ ପ୍ରେମ୍ କି ଗଜବ କାହାନୀ’, ‘ପୁକାର’, ‘ଲଜ୍ଜା’ ଭଳି ଅନେକ ସୁପରହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ।

Get real time updates directly on you device, subscribe now.