fbpx

ଦଶମ, ITI ପିଲାଙ୍କୁ BSFରେ ମିଳିବ ଚାକିରି: ୬୯,୦୦୦ ପର୍ଯ୍ୟନ୍ତ ଦରମା

ନୂଆଦିଲ୍ଲୀ: ଦଶମ କିମ୍ବା ଆଇଟିଆଇ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ବଡ଼ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଭାରତୀୟ ସୀମା ସୁରକ୍ଷା ବଳ(BSF)ରେ ସାମିଲ ହେବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଏଥିପାଇଁ ବିଏସଏଫ କନଷ୍ଟେବଳ(ଟ୍ରେଡ୍ସମ୍ୟାନ) ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥିମାନେ ଅନଲାଇନ ଆବେଦନ କରିପାରିବେ, ଖୁବଶୀଘ୍ର ଏହି ପ୍ରକ୍ରିୟା ଜାରି କରାଯିବ । ବିଏସଏଫର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥି ।

ବିଏସଏଫରେ ଆବେଦନ କରିବା ପାଇଁ ଯେକୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରଦଶମ ଶ୍ରେଣୀ ପାସ୍ କରିଥିବେ । ଏହାସହିତ ସମ୍ବନ୍ଧିତ ଟ୍ରେଡରେ ଆଇଟିଆଇର ସାର୍ଟିଫିକେଟ ରଖିଥିବା ଆବଶ୍ୟକ । ବିଏସଏଫରେ ଚାକିରି ପାଇବାକୁ ଚାହୁଁଥିଲେ ପ୍ରାର୍ଥିଙ୍କ ବୟସସୀମା ୧୮-୨୫ ହୋଇଥିବା ଆବଶ୍ୟକ । ତେବେ ସରକାରୀ ନିୟମ ଅନୁସାରେ କିଛି ଫାଇଦାେ ମିଳିପାରେ । ଏହି ପଦବୀରେ ଫର୍ମପୂରଣ କରିବା ପାଇଁ ସାଧାରଣ-ଓବିସି ତଥା ଇଡବ୍ଲୁଏସ ପ୍ରାର୍ଥିମାନଙ୍କୁ ୧୦୦ ଟଙ୍କା ଲେଖାଏଁ ଶୁଳ୍କ ଦେବାକୁ ପଡ଼ିବ ଏବଂ ଏସସି/ଏସଟିଇଏସଟିଏମ ବା ମହିଳା ବିନା ମୂଲ୍ୟରେ ଆବେଦନ କରିପାରିବେ ।

କନଷ୍ଟେବଲ ଟ୍ରେଡସମ୍ୟାନଦ ପଦ ପାଇଁ ଚୟନ ହୋଇଥିବା ପ୍ରାଥିମାନଙ୍କ ୨୧,୭୦୦ ଟଙ୍କାରୁ ୬୯ ହଜାର ଟଙ୍କା ପର୍ଯନ୍ତ ଦରମା ପ୍ରଦାନ କରାଯାଇପାରେ । ଏହାସହତ ସରକାରୀ ନୀତି ଅନୁସାରେ, ଭତ୍ତା ଏବଂ ଅନ୍ୟାନ୍ୟ ଲାଭ ମଧ୍ୟ ମିଳିପାରିବ । ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟରେ ପ୍ରାର୍ଥିମାନଙ୍କୁ ୧ ମିଲ୍ ଦୌଡ଼ ସହ ହାଇ ଜମ୍ପ ଏବଂ ଲଙ୍ଗ ଜମ୍ପ ଭଳି ଟେଷ୍ଟ ଦେବାକୁ ପଡ଼ିବ । ଏହାବ୍ୟତୀତ ଫିଜିକାଲ ଏଫିସିଏନ୍ସି ଟେଷ୍ଟରେ ହାଇଟ୍, ୱେଟ୍ ଏବଂ ଛାତିର ମାପ ମୂଲ୍ୟାଙ୍କନ କରାଯିବା ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ଏହି ଚାକିରିରେ ଯୋଗ ଦେଇପାରିବେ

Get real time updates directly on you device, subscribe now.