fbpx

Weekly Horoscope: ଏହି ରାଶିଙ୍କ ଉପରେ ସୂର୍ଯ୍ୟ-ଶନିଙ୍କ ରହିବ କୃପା ଦୃଷ୍ଟି, କାର୍ଯ୍ୟରେ ମିଳିବ ସଫଳତା

ଓଡ଼ିଶା ଭାସ୍କର: ଫେବୃଆରୀ ୧୯ରୁ ୨୫ ଅନେକ ରାଶି ଗ୍ରହ ଗୋଚର କରିବେ । ଫଳରେ ଶୁଭ ଯୋଗ କାରଣରୁ ଲାଭ ମିଳିବାର ସମ୍ଭାବନା ରହିଛି । ଆସନ୍ତା ସପ୍ତାହ କିଛି ରାଶିଙ୍କ ଉପରେ ସୂର୍ଯ୍ୟ- ଶନିଙ୍କ ବିଶେଷ କୃପା ଦୃଷ୍ଟି ରହିବ । ତେବେ ଆସନ୍ତୁ ଜାଣିବା ସେହି ଲକି ରାଶି ବିଷୟରେ:

୧. ବୃଷ(Taurus): ଆସନ୍ତା ସପ୍ତାହ ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ । ପରିଶ୍ରମର ଫଳ ପ୍ରାପ୍ତ ହେବ । କ୍ୟାରିୟରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ସୂର୍ଯ୍ୟ- ଶନିଙ୍କ କୃପାରୁ ସମସ୍ତ କାର୍ଯ୍ୟ ସଫଳ ହେବ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ ।

୨. କର୍କଟ(Cancer): ଫେବୃଆରୀ ୧୯ରୁ ୨୫ କର୍କଟ ରାଶିଙ୍କ ପାଇଁ ଶୁଭ ରହିବ । ସାଙ୍ଗସାଥି ଏବଂ ପରିବାରର ପୁରା ସହଯୋଗ ମିଳିବ । ବ୍ୟାପାର ସହ ଜଡ଼ିତ ଲାଭ ମିଳିପାରେ ଏବଂ କୌଣସି ଡିଲ୍ ଫାଇନାଲ ହୋଇପାରେ । ପାର୍ଟନରଙ୍କ ସହ ଆପଣଙ୍କ ସମ୍ପର୍କ ମଜବୁତ ହେବ । ପ୍ରଗତିର ନୂତନ ସ୍ରୋତ ବୃଦ୍ଧି ହେବା ସହ କ୍ୟାରିୟରରେ ସଫଳତା ମିଳିବ । ଏଇ ସପ୍ତାହ ଆପଣଙ୍କ ଉର୍ଜ୍ଜା ଏବଂ ଆତ୍ମବିଶ୍ୱାସ ଦୃଢ଼ ରହିବ ।

୩. କନ୍ୟା(Virgo): ସାପ୍ତାହିକ ରାଶିଫଳ ଅନୁଯାୟୀ କନ୍ୟା ରାଶିଙ୍କ ସୁଖ ଏବଂ ସୌଭାଗ୍ୟରେ ବୃଦ୍ଧି ହେବ । ବ୍ୟାପାର ସହ କୌଣସି ପୁରୁଣା ନିବେଶରୁ ଅର୍ଥ ଲାଭର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ କାର୍ଯ୍ୟ ଦକ୍ଷତା ଦ୍ୱାରା ଲୋକଙ୍କୁ ପ୍ରଭାବିତ କରିପାରିବେ । ନୂତନ ସମ୍ପର୍କ ସ୍ଥାପନ ହୋଇପାରେ । ଚାକିରିକୁ ନେଇ ଶୁଭ ଖବର ମଳିପାରେ । ଏହା ସହ କିଛି ଲୋକମାନଙ୍କୁ ବିଦେଶ ଯିବାର ସୁଯୋଗ ମିଳିପାରେ ।

 

Get real time updates directly on you device, subscribe now.