fbpx

(video)ଫଟାଫଟ୍ ଇଂରାଜୀ କହୁଛନ୍ତି ଏହି ଭିକାରୀ ମହିଳା, ପୂର୍ବରୁ ଏକ ସ୍କୁଲରେ ଥିଲେ ଇଂରାଜୀ ଶିକ୍ଷକ, କିନ୍ତୁ ଏବେ….

ନୂଆଦିଲ୍ଲୀ: ଏବେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ଲୋକଙ୍କୁ ଚକିତ କରିଦେଇଛି । ଚେନ୍ନାଇର ବ୍ୟସ୍ତ ସଡକରେ ମୋହମ୍ମଦ ଆସିକ ନାମକ ଜଣେ କଣ୍ଟେଣ୍ଟ କ୍ରିଏଟର ଓ ମର୍ଲିନ ନାମକ ଜଣେ ବୟସ୍କା ମହିଳା ଭିକାରୀଙ୍କ ମଧ୍ୟରେ ସାକ୍ଷାତ ସମୟର ଏହି ଭିଡିଓଟି ଏବେ ଚାରିଆଡେ ଚର୍ଚ୍ଚାର କାରଣ ପାଲଟିଛି । ଭିଡିଓରେ ଦେଖିବାକୁ ମିଳୁଛି ମୋହମ୍ମଦ ମହିଳାଙ୍କୁ ଇଂରାଜୀରେ ତାଙ୍କ ନାମ, ବୟସ ବିଷୟରେ ପଚାରୁଛନ୍ତି । ମହିଳା ବି ଯେପରି ଫଟାଫଟ ଇଂରାଜୀରେ ଉତ୍ତର ଦେଉଛନ୍ତି ତାହା ଦେଖି ସମସ୍ତେ ଚକିତ ହୋଇଯାଉଛନ୍ତି ।

ମର୍ଲିନ କହୁଛନ୍ତି ସେ ମିଆଁମାରରୁ ଏଠାକୁ ଆସିଛନ୍ତି । ସେ କହିଛନ୍ତି କିଛି ଦଶକ ତଳେ ସେ ଜଣେ ଭାରତୀୟଙ୍କୁ ବିବାହ କରିଥିଲେ । ତାଙ୍କର ଏହି ବିବାହ ଚର୍ଚ୍ଚରେ ହୋଇଥିଲା । ଏହାପରେ ତାଙ୍କ ସ୍ୱାମୀ ତାଙ୍କୁ ମିଆଁମାରରୁ ଚେନ୍ନାଇ ତାଙ୍କ ମା’ଙ୍କ ପାଖକୁ ନେଇ ଆସିଥିଲେ । କିନ୍ତୁ ଏହାର କିଛି ବର୍ଷ ପରେ ତାଙ୍କୁ ଛାଡି ପରିବାରରେ ସମସ୍ତଙ୍କର ମୃତ୍ୟୁ ହୋଇଯାଇଥିଲା । କାହିଁକି ଭିକ ମାଗୁଛନ୍ତି ବୋଲି ପ୍ରଶ୍ନରେ ସେ କହିଛନ୍ତି, ଏବେ ମୁଁ ତ ଏକା ହୋଇଯାଇଛି । ତେଣୁ ଯାହିତାହି ପେଟ ପୋଷି ହୋଇଗଲେ ଗଲା ।

 

View this post on Instagram

 

A post shared by Mohamed Ashik (@abrokecollegekid)

ମର୍ଲିନ କହିଛନ୍ତି ମିଆଁମାରରେ ସେ ଏକ ସ୍କୁଲରେ ଇଂରାଜୀ ଓ ଗଣିତ ଶିକ୍ଷୟିତ୍ରୀ ଥିଲେ । ମର୍ଲିନଙ୍କ ଏପରି ଦୁଃଖଭରା କାହାଣୀ ଶୁଣି ମୋହମ୍ମଦଙ୍କ ଆଖି ଛଳ ଛଳ ହୋଇଯାଇଥିଲା । ସେ ତାଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି ନିଷ୍ପତ୍ତି ନେଇଥିଲେ । ସେ ତାଙ୍କୁ ଉପହାର ସ୍ୱରୂପ ଏକ ଶାଢୀ ଦେବା ସହ ତାଙ୍କ ପାଇଁ ଏକ ଇଂରାଜୀ ଟ୍ୟୁସନ ବୁଝି ଦେଇଛନ୍ତି । ଏହା ସହିତ ମୋହମ୍ମଦ ‘ଇଂଲିଶ ଉଇଥ୍ ମର୍ଲିନ’ ନାମକ ଏକ ଇନଷ୍ଟାଗ୍ରାମ ପେଜ୍ ବି ଆରମ୍ଭ କରିଛନ୍ତି । ମର୍ଲିନ ଏବେ ଏହି ପେଜ୍ରେ ଇଂରାଜୀ ଶିକ୍ଷା ଦେଉଛନ୍ତି । ଇଣ୍ଟରନେଟରେ ଏବେ ମର୍ଲିନଙ୍କ କାହାଣୀ ବେଶ୍ ପ୍ରଶଂସା ସାଉଁଟିଛି ।

Get real time updates directly on you device, subscribe now.