fbpx
BJD SKY
BJD SKY

ନିଜ କ୍ୟାରିୟରର ଲକ୍ଷ୍ୟ ବିଷୟରେ କହିଲେ ଚେତେଶ୍ଵର ପୂଜାରା, ଭାରତ ପାଇଁ ଜିତିବାକୁ ଚାହାନ୍ତି ଏହି ଟ୍ରଫି

BJD

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳର ତାରକା ବ୍ୟାଟସମ୍ୟାନ ବର୍ତ୍ତମାନ ଇଂଲଣ୍ଡରେ ନିଜର ଦମଦାର ବ୍ୟାଟିଂ ବଳରେ ଧମାଲ ମଚାଉଛନ୍ତି। ତେବେ ପୂଜାରାଙ୍କ କହିବା କଥା ତାଙ୍କର ଗୋଟିଏ ଲକ୍ଷ୍ୟ ଭାରତକୁ ଆଇସିସି ଟେଷ୍ଟ ଚାମ୍ପିଅନସିପ୍ ଜିତାଇବା। ଭାରତ ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ପ୍ରଥମ ଚକ୍ରରେ ଫାଇନାଲରେ ପ୍ରବେଶ କରିଥିଲା। ମାତ୍ର ନ୍ୟୁଜିଲାଣ୍ଡ ହାତରୁ ଭାରତକୁ ଶୋଚନୀୟ ପରାଜୟ ଭୋଗିବାକୁ ପଡିଥିଲା ଏବଂ ଭାରତର ପ୍ରଥମ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ଟ୍ରଫି ଜିତିବା ସ୍ଵପ୍ନ ଭାଙ୍ଗି ଯାଇଥିଲା।

ବର୍ତ୍ତମାନ ଚକ୍ରରେ ଭାରତ ୫୨.୦୮ ପ୍ରତିଶତ ପଏଣ୍ଟ ସହ ଟେଷ୍ଟ ଚାମ୍ପିଅନସିପର ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି। ଶୀର୍ଷ ୩ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ପରି ଦଳ ରହିଛନ୍ତି। ଭାରତ ନିକଟରେ ଫାଇନାଲରେ ପହଞ୍ଚିବା ପାଇଁ ଦୁଇଟି ସିରିଜ୍ ବାକି ଅଛି।

ଟୁଇଟରେ ଜଣେ ପ୍ରଶଂସକ ପୂଜାରାଙ୍କୁ ପ୍ରଶ୍ନ କରିଥିଲେ ଯେ, କ୍ୟାରିୟରରେ ଆପଣଙ୍କ ଲକ୍ଷ୍ୟ କଣ। ଏହି ଖେଳାଳି ଜବାବ ଦେଇ ଲେଖିଛନ୍ତି, ମୁଁ ବର୍ତ୍ତମାନରେ ରହିବାକୁ ପସନ୍ଦ କରେ। ଭବିଷ୍ୟତକୁ ନେଇ ବହୁତ ଲକ୍ଷ୍ୟ ନିର୍ଦ୍ଧାରିତ କରିନଥାଏ। ହେଲେ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ ଜିତିବା ମୋର ଲକ୍ଷ୍ୟ।

ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ୨୦୨୧-୨୩ରେ ପୂଜାରା ଏ ଯାଏଁ ୧୦ଟି ମ୍ୟାଚରେ ଭାରତର ପ୍ରତିନିଧିତ୍ଵ କରିଛନ୍ତି। ଏହି ସମୟରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ। ସେ ୨୦ଟି ଇନିଂସରେ ୨୭.୬୩ ହାରରେ ମାତ୍ର ୫୨୫ ରନ କରିଛନ୍ତି। ଏଥିରେ କେବଳ ଚାରି ଅର୍ଦ୍ଧଶତକ ସାମିଲ୍। ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ହେଉଛି ୯୧।

 

Get real time updates directly on you device, subscribe now.