fbpx

ଦୁଃଖଦ ଘଟଣା: ପତ୍ନୀ ଓ ଦୁଇ ସନ୍ତାନଙ୍କ ସମେତ ନିଜେ ଜୀବନ ହାରିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଛତିଶଗଡ଼ର ଯାଞ୍ଜଗୀର ଚାମ୍ପା ଜିଲ୍ଲାରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ପତ୍ନୀ ଓ ଦୁଇ ସନ୍ତାନଙ୍କ ସମେତ ନିଜେ ବିଷ ଖାଇ ଜୀବନ ହାରିଛନ୍ତି ଜଣେ କଂଗ୍ରେସ ନେତା । ମୃତ୍ୟୁ ପୂର୍ବରୁ କଂଗ୍ରେସ ନେତା ନିଜ ଘରେ ତାଲା ଲଗାଇ ଦେଇଥିଲେ । ଏହି ଘଟଣାର ଘଟିବାର ଦିନକ ପରେ ଡାକିବା ପରେ ବି କେହି ଗେଟ୍ ଖୋଲିନଥିଲେ । ଏହାପରେ ଗ୍ରାମବାସୀ କୌଣସି ପ୍ରକାରେ ଘର ଭିତରେ ପ୍ରବେଶ କରିବା ପରେ ଦେଖନ୍ତି ତ ୪ ଜଣ ଯାକ ଗମ୍ଭୀର ଅବସ୍ଥାରେ ପଡ଼ି ରହିଥିଲେ । ଏହାପରେ ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ସେଠାରେ ସେମାନଙ୍କର ମୃତ୍ୟୁ ଘଟିଥିଲା ।

ଖବର ମୁତାବକ, ଛତିାଗଡ଼ର ଜାଞ୍ଜଗୀର ଚାମ୍ପା ଜିଲ୍ଲାରେ କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ପୂରା ପରିବାର ବିଷପାନ କରି ଜୀବନ ହାରିଛନ୍ତି । ବିଲାସପୁରରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି । ତେବେ ପରିବାରର ସମସ୍ତ ସଦସ୍ୟ କ’ଣ ପାଇଁ ଆତ୍ମହତ୍ୟା କଲେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ପୋଲିସ ଘରକୁ ସିଲ୍ କରିବା ସହିତ ଯାଞ୍ଚ ଆରମ୍ଭ କରିଛି । ଜାଞ୍ଜଗୀର ଅଞ୍ଚଳର ୧୦ ନମ୍ବର ୱାର୍ଡରେ ରହୁଥିବା ବରିଷ୍ଠ କଂଗ୍ରେସ ନେତା (୬୫), ପତ୍ନୀ ଦିନଶେ ନାନ୍ଦନୀ ଯାଦବ (୫୫), ଦୁଇ ପୁଅ ସୂରଜ ଯାଦବ (୨୭) ଓ ନୀରଜ ଯାଦବ (୩୨) ଜୀବନ ହାରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.