fbpx

ଗୋ-ମୂତ୍ର କିଣା ଯୋଜନାର ଶୁଭାରମ୍ଭ କଲା ଛତିଶଗଡ଼, ପ୍ରଥମ ବିକ୍ରେତା ହେଲେ ମୁଖ୍ୟମନ୍ତ୍ରୀ

ଗୋ-ମୂତ୍ର କିଣିବାରେ ଭାରତର ପ୍ରଥମ ରାଜ୍ୟ ହୋଇଛି ଛତିଶଗଡ଼ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଶୁକ୍ରବାର ନିଜ ବାସଭବନଠାରେ ଆୟୋଜିତ ହରେଲୀ ପର୍ବ ଅବସରରେ ରାଜ୍ୟରେ ଗୋ-ମୂତ୍ର କିଣିବା ଯୋଜନାର ଶୁଭାରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ପ୍ରଥମ ବିକ୍ରେତା ହୋଇଛନ୍ତି । ଚନ୍ଦଖୁରୀର ନିଧୀ ସ୍ୱୟଂ-ସହାୟକ ଗୋଷ୍ଠୀକୁ ୫ ଲିଟର ଗୋ-ମୂତ୍ର ୨୦ ଟଙ୍କାରେ ବିକି ରାଜ୍ୟର ପ୍ରଥମ ବିକ୍ରେତା ହୋଇଛନ୍ତି । ଏହି ଟଙ୍କାଙ୍କୁ ସେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରେ ଜମା କରାଯାଇଛି ।

ଛତିଶଗଡ଼ ଦେଶର ପ୍ରଥମ ରାଜ୍ୟ ଯିଏକି, ପଶୁପାଳନ କରୁଥିବା ଗ୍ରାମୀଣଙ୍କ ଠାରୁ ୨ ଟଙ୍କା ପ୍ରତି କିଲୋରେ ଗୋବର କିଣିବା ପରେ ଏବେ ୪ ଟଙ୍କା ପ୍ରତି ଲିଟରରେ ଗୋ-ମୂତ୍ର କିଣୁଛନ୍ତି । ବିଗତ ଦୁଇବର୍ଷ ମଧ୍ୟରେ ଗୋଧନ ନ୍ୟାୟ ଯୋଜନା ମାଧ୍ୟମରେ ଗୋବର ବ୍ରିକ୍ରେତା, ଗୋଠାନ ସମିତି ଏବଂ ମହିଳା ଗ୍ରୁପ୍ କୁ ୩୦୦ କୋଟିରୁ ଅଧିକ ଟଙ୍କା ମିଳିଛି ।

Get real time updates directly on you device, subscribe now.