fbpx
BJD
BJD SKY
BJD SKY

ମା’ ଠୁ ଅଲଗା ହୋଇଯାଇଥିଲା ଛୁଆ ହାତୀ: ବନବିଭାଗ କର୍ମଚାରୀଙ୍କ ଉଦ୍ୟମ ପରେ ଫେରିଲା…

BJD

ଛୁଆ କ’ଣ କେବେ ନିଜ ମା’କୁ ଛାଡ଼ି ରହିପାରିବ । କାରଣ ମା’ କୋଳରେ ହିଁ ରହିଛି ସବୁଠୁ ଅଧିକ ଶାନ୍ତି… ସବୁଠୁ ଅଧିକ ଖୁସି… ସେଥିପାଇଁ ତ’ ଛୁଆ ପାଇଁ ମା’ ସବୁକିଛି । ମଣିଷ ହେଉ କିମ୍ବା ପଶୁ, ମା’ ର ମାତୃତ୍ୱ ସମସ୍ତଙ୍କଠାରେ ସମାନ । ଆଉ ଏପରି ସ୍ଥିତରେ ଯଦି ଛୁଆ ମା’ ଠାରୁ ଅଲଗା ହୋଇଯାଏ । ତେବେ କ’ଣ ହେବ କହିଲେ ।

ବର୍ତ୍ତମାନ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଏକ ଛୁଆ ହାତୀ ନିଜ ମା’ଠାରୁ ଅଲଗା ହୋଇଯାଇଥିଲା । ଆଉ ଏହି ଛୁଆ ହାତୀଟିକୁ ନିଜ ମା’ ପାଖରେ ପହଞ୍ଚାଇବାକୁ ବନ ବିଭାଗ କର୍ମଚାରୀ ମଧ୍ୟ ଲାଗିପଡ଼ିଥିଲେ ।

ଏହି ସମୟର ଦୃଶ୍ୟ ଦେଖିଲେ ଆପଣ ନିଶ୍ଚୟ ଭାବବିହ୍ୱଳ ହୋଇପଡ଼ିବେ । ପ୍ରକୃତରେ ଏହି ହାତୀଟି ନିଜ ଦଳରୁ ଅଲଗା ହୋଇଯାଇଥିଲା । ଆଉ ଦଳରୁ ଅଲଗା ହେବାପରେ ଛୁଆ ହାତୀଟି ଜଙ୍ଗଲରେ ଜୋରରେ ଚିକ୍ରାର କରୁଥିଲା । ଯାହାପରେ ଛତିଶଗଡ଼ ବନବିଭାଗ ଅଧିକାରୀ ଏହି ହଜିଯାଇଥିବା ହାତୀକୁ ଘରକୁ ଫେରିବାରେ ସାହାଯ୍ୟ କରିଛନ୍ତି । ହାତୀଟିକୁ ମା’ ପାଖରେ ପହଞ୍ଚିବାକୁ ସାହାଯ୍ୟ କରିଛନ୍ତି ଅଧିକାରୀମାନେ । ଏହି ଛୁଆ ହାତୀକୁ ଉଦ୍ଧାର ପରେ ପ୍ରାଥମିକ ଚିକିତ୍ସା ପରେ ହାତୀକୁ ଦଳରେ ଛାଡ଼ିଦିଆଯାଇଥିଲା ।

Get real time updates directly on you device, subscribe now.