fbpx

ବଢୁଛି ଲମ୍ପି ସ୍କିନ୍ ଭାଇରସ ର ଭୟ: ଆଗୁଆ ସତର୍କ ହେଲା ଓଡିଶା

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ କରୋନା ମଙ୍କିପକ୍ସ ଭାଇରସ ଚିନ୍ତା ବଢ଼ାଉ ଥିବା ବେଳେ ବର୍ତ୍ତମାନ ଲମ୍ପି ସ୍କିନ୍ ଭାଇରସକୁ ନେଇ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏହି ରୋଗ ପଶୁମାନଙ୍କ ଶରୀରରେ ଖୁବ୍ ଦ୍ରୁତ ଗତିରେ ବ୍ୟାପିବାର ଲାଗିଛି । ଫଳରେ ପ୍ରାୟ ଏହି ସ୍କିନ ଭାଇରସରେ ୧୦୦୦ ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଛି ।

ଏହି ଲମ୍ପି ସ୍କିନ୍ ଭାଇରସ ଦେଶର ବିଭିନ୍ନ ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପିବାର ଲାଗି ଥିବାବେଳେ,ଏହାକୁ ନେଇ ସତର୍କ ହୋଇଛି ଓଡିଶା । ଏହି ଲମ୍ପି ଭାଇରସକୁ ନେଇ ୧୪ ଜିଲ୍ଲାର ପ୍ରାଣି ଓ ସମ୍ପଦ ବିଭାଗକୁ ଆଲର୍ଟ କରାଯିବା ସହ ଚିଠି ଲେଖିଛନ୍ତି ପ୍ରାଣୀ ସମ୍ପଦ ବିଭାଗ ସଚିବ । ଏତତ୍ ବ୍ୟତୀତ ଏହି ରୋଗକୁ ନେଇ ସ୍ୱତନ୍ତ୍ର ମାର୍ଗ ଦର୍ଶିକା ଜାରି କରାଯାଇଛି ।

ତେବେ ଏହି ଲମ୍ପି ଭାଇରସ ପଶୁମାନଙ୍କୁ ଶୀଘ୍ର ଆଟାକ୍ କରୁଛି । ଯାହାଫଳରେ ଏହି ରୋଗ ଯୋଗୁଁ ମୋଟ ୧୦୦୦ରୁ ଉର୍ଦ୍ଧ ଗୋରୁଙ୍କର ମୃତ୍ୟୁ ହୋଇଛି, ଯେଉଁଥିରେ ଅଧିକାଂଶ ଗାଈ ଓ ମଇଁଷି ଥିବା ଜଣାପଡିଛି । ତେବେ ଏହି ଭାଇରସ ପ୍ରଥମେ ଗୁଜୁରାଟରେ ଦେଖାଦେଇଥିବା ବେଳେଏହା ଧିରେ ଧିରେ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ତାର କାୟା ବିସ୍ତାର କରୁଛି । ଫଳରେ ଏହାକୁ ନେଇ ବର୍ତ୍ତମାନ ସରକାରଙଅକ ଚିନ୍ତା ବଢିଛି ।

Get real time updates directly on you device, subscribe now.